ଆଧାର ନ ଥିବାରୁ ଭତ୍ତାରୁ ବଞ୍ଚିତ୍ତ ବେଲ

ଡେରାବିଶ,୭।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ଇନ୍ଦାଳୋ ପଞ୍ଚାୟତ ଅନ୍ତର୍ଗତ ନାନକାର ଗ୍ରାମର ୭୨ ବର୍ଷିୟା ବିଧବା ମହିଳା ଭତ୍ତାରୁ ବଞ୍ଚିତ୍ତ ହୋଇଥିବା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି ା ଏହି ବୃଦ୍ଧା ହେଲେ ନାନକାର ବାଲିସାହିର ଦର୍ଶନୀ କାଣ୍ଡିଙ୍କ ସ୍ତ୍ରୀ ବେଲ ା ଗତ ୧ ତାରିଖ ଇନ୍ଦାଳୋରେ ଅନୁଷ୍ଠିତ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଗୁହାରୀ କରିବାକୁ ଆସିଥିଲେ ବେଲ। ବେଲକୁ ଯେତେବେଳେ ୬୦ ବର୍ଷ ପୁରିଲା ସେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ ା ା ସରକାରଙ୍କ ନିୟମ ଅନୁସାରେ ଭତ୍ତା ଆବେଦନ ପାଇଁ ଆଧାର ବାଧ୍ୟତା ମୂଳକ ା ହେଲେ ବୃଦ୍ଧାଙ୍କ ହାତ ଟିପ କିମ୍ବା ଆଖିର ରେଟିନା ସ୍କାନ ହୋଇପାରୁ ନ ଥିବାରୁ ଆଧାର କାର୍ଡ଼ ବାହାରି ପାରୁନାହିଁ ା ସେଥିପାଇଁ ବେଲ ବାରମ୍ବାର ଭତ୍ତା ଓ ଆଧାର ପାଇଁ ଆବେଦନ କରିଚାଲିଥିଲେ ମଧ୍ୟ ନିରାଶ ହେବା ସାର ହେଉଛି ା ଇତିମଧ୍ୟରେ ସ୍ବାମୀ ଦର୍ଶନୀଙ୍କ ମୃତ୍ୟୁକୁ ୫ ବର୍ଷ ବିତିଲାଣି ା ହେଲେ ଆଧାର ନ ଥିବାରୁ ବିଧବା ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବେଲ ା ଫଳରେ ଗୁରୁତର ଆର୍ଥିକ ଦୁର୍ଦ୍ଦଶା ମଧ୍ୟରେ ବେଲ କାଳାତିପାତ କରୁଛନ୍ତି ା ଗତ ସୋମବାର ଇନ୍ଦାଳୋ ପଞ୍ଚାୟତରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଡ଼ିଓ ନମିତା ବାରିକ ବେଲଙ୍କ ଦୁଃଖ ହୃଦୟଙ୍ଗମ କରିଥିଲେ ା ବେଲ କିପରି ଭତ୍ତା ପାଇବେ ସେଥିପାଇଁ ସମସ୍ତ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ା

Share