ନୂଆଦିଲ୍ଲୀ: ସ୍ପେସ୍ ଏକ୍ସ ଏବଂ ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ସ୍ଥାନ ହାସଲ କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୧୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ବିଗତ ଦିନଗୁଡିକରେ ବିଭିନ୍ନ କାରଣ ପାଇଁ ମସ୍କ ବେଶ୍ ଚର୍ଚ୍ଚାରେ ରହି ଆସିଛନ୍ତି। ନିକଟରେ ତାଙ୍କ କମ୍ପାନୀ ୪ ମହାକାଶଚାରୀଙ୍କୁ ମହାକାଶକୁ ପଠାଇଛି। ସେହିଭଳି ତାଙ୍କର ଇଲେକ୍ଟ୍ରିକ କାର୍ କମ୍ପାନୀ ଟେସ୍ଲା ଏସ୍ ଆଣ୍ଡ ପି ୫୦୦ କମ୍ପାନୀ ମଧ୍ୟରେ ସାମିଲ ହୋଇଛି। ବ୍ଲୁମ୍ବର୍ଗ ବିଲିୟନେୟାର ସୂଚୀରେ ୧୮୫ ବିଲିୟନ ଡଲାର ସମ୍ପତ୍ତି ସହ ଜେଫ୍ ବେଜୋସ ପ୍ରଥମ ସ୍ଥାନରେ ରହିଛନ୍ତି। ୧୨୯ ବିଲିୟନ ଡଲାର ସମ୍ପତ୍ତି ସହ ବିଲ୍ ଗେଟ୍ସ ଦ୍ୱିତୀୟ ସ୍ଥାନ, ତୃତୀୟରେ ଏଲନ୍ ମସ୍କ, ୧୦୪ ବିଲିୟନ ଡଲାର ସମ୍ପତ୍ତି ସହ ଫେସ୍ବୁକ୍ର ମାର୍କ ଜୁକରବର୍ଗ ଚତୁର୍ଥ ଏବଂ ୧୦୨ ବିଲିୟନ ଡଲାର ସମ୍ପତ୍ତି ସହ ବର୍ନାଡ ଆର୍ନଲ୍ଟ ପଞ୍ଚମ ସ୍ଥାନରେ ରହିଛନ୍ତି।