ୟୁକ୍ରେନକୁ ସହଯୋଗର ହାତ ବଢାଇଲେ ଏଲନ ମସ୍କ

କ୍ୱିଭ,୨୭ ।୨: ରୁଷିଆ ଆକ୍ରମଣର ସାମ୍ନା କରୁଥିବା ୟୁକ୍ରେନକୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ସହଯୋଗର ହାତ ବଢାଇଛନ୍ତି । ୟୁକ୍ରେନର ଗୋଟିଏ ଗୁହାରୀରେ ଏଲନ ମସ୍କ ସିଧା ଅନ୍ତରିକ୍ଷରୁ ସାହାଯ୍ୟ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ, ରୁଷିଆର ସାଇବର ଆକ୍ରମଣରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ପୂର୍ବ ଓ ଦକ୍ଷିଣ ସହରରେ ଇଣ୍ଟରନେଟ ସର୍ଭିିସ ଡାଉନ ହୋଇଯାଇଥିଲା । ଏହାପରେ ୟୁକ୍ରେନ୍ ମସ୍କଙ୍କଠାରୁ ସାହାଯ୍ୟ ଲୋଡିଥିଲା । ଆଉ ମସ୍କ ଡେରି ନ କରି ତାଙ୍କର ଷ୍ଟାରଲିଙ୍କ ସର୍ଭିସକୁ ୟୁକ୍ରେନରେ ଆକ୍ଟିଭ କରିଦେଇଛନ୍ତି ।

Share