ଏପଲ ତା’ର ଆପ ଷ୍ଟୋରରୁ ‘ଟୁଇଟର’କୁ ହଟାଇବାକୁ ଦେଲା ଧମକ, ଏଲନ ମସ୍କଙ୍କ ବଡ ଅଭିଯୋଗ

କାଲିଫର୍ନିଆ,୨୯ ।୧୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେଲସାର ସିଇଓ ଏଲନ ମସ୍କ ଯେବେଠାରୁ ଟୁଇଟରକୁ କିଣି ନେଲେଣି ସେବେଠାରୁ ଏହାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ବିବାଦ ସାମ୍ନାକୁ ଆସୁଛି । ଏବେ ଯେଉଁ ମାମଲା ସାମ୍ନାକୁ ଆସିଛି ତାହା ଆଇଫୋନ ନିର୍ମାଣକାରୀ କମ୍ପାନୀ ଏପଲକୁ ନେଇ ଆସିଛି । ଏଲନ ମସ୍କ ଅଭିଯୋଗ କରିଛନ୍ତି କି ଏପଲ ତା’ର ଆପ ଷ୍ଟୋରରୁ ‘ଟୁଇଟର’କୁ ହଟାଇବାକୁ ଧମକ ଦେଇଛି । ମସ୍କ କହିଛନ୍ତି ଏପଲ ଟୁଇଟର ଉପରେ ସବୁ ପ୍ରକାର ଚାପ ପକାଉଛି । ଏମିତିକି ଆଇଫୋନ ନିର୍ମାତା ଟୁଇଟରରେ ବିଜ୍ଞାପନ ଦେବା ବି ବନ୍ଦ କରି ଦେଇଛନ୍ତି ।

Share