ପ୍ରେମିକାଙ୍କଠାରୁ ଅଲଗା ହେଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

କାର୍ଲିଫର୍ନିଆ,୨୬।୯: ବିଶ୍ୱରର ଦ୍ୱିତୀୟ ଧନୀ ବ୍ୟକ୍ତି ଏଲୋନ ମସ୍କ ତାଙ୍କ ଗର୍ଲଫ୍ରେଣ୍ଡ ଗ୍ରିମସଙ୍କ ଠାରୁ ଅଲଗା ହୋଇଛନ୍ତି। ପେସାରେ ଗାୟିକା ଗ୍ରିମସ ଏବଂ ସ୍ପେସ ଏକ୍ସ, ଟେସଲାର ପ୍ରତିଷ୍ଠାତା ଏଲୋନ ତିନି ବର୍ଷ ଧରି ପରସ୍ପର ସହ ରହୁଥିଲେ। ଉଭୟ ପାରସ୍ପରିକ ସହମତିରେ ଅଲଗା ହୋଇଅଛନ୍ତି ଏବଂ ଏକ ବର୍ଷର ପୁଅର ଯତ୍ନ ନେବା ଜାରି ରଖିବେ ବୋଲି ଦୁହେଁ କହିଛନ୍ତି। ମସ୍କ କହିଛନ୍ତି ଯେ, ଆମେ ଅଲଗା କିନ୍ତୁ ତଥାପି ଆମେ ପରସ୍ପରକୁ ଭଲପାଉ, ଆମେ ପରସ୍ପରକୁ ଭେଟୁଛୁ ଏବଂ ଆମର ଭଲ ସମ୍ପର୍କ ଅଛି। ପ୍ରକୃତରେ ସ୍ପେସ ଏକ୍ସ ଏବଂ ଟେସଲାରେ ମୋର କାମ ହେତୁ ମୋତେ ଟେକ୍ସାସରେ ରହିବାକୁ ପଡିବ କିମ୍ବା ଭ୍ରମଣ କରିବାକୁ ପଡିବ । ଗ୍ରିମସଙ୍କ କାର୍ଯ୍ୟ ଲସ ଆଞ୍ଜେଲସରେ ଅଛି । ଏପରି ପରିସ୍ଥିତିରେ, ଆମେ କ୍ୱଚିତ୍‌ ଏକାଠି ରହିବାକୁ ପାଇଥାଉ।
ବ୍ରେକଅପ ପରେ ଏଲୋନ ଏବଂ ଗ୍ରିମ୍‌ସ ଟୁଇଟର୍‌ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାର କେନ୍ଦ୍ର ପାଲଟିଥିଲେ। ଜଣେ ୟୁଜର୍ସ ଲେଖିଛନ୍ତି, ମୁଁ ବିଶ୍ୱାସ କରିପାରୁ ନାହିଁ ଯେ, ମସ୍କ ଏବଂ ଗ୍ରିମସ ଅଲଗା ହୋଇଯାଇଛନ୍ତି। ମସ୍କ ତାଙ୍କ ପୁଅର ନାମ X A-12 ରଖିଛନ୍ତି ।

Share