ଏଲନ ମସ୍କଙ୍କ ଘୋଷଣା: ନୂଆ ନିୟମ ଅନୁଯାୟୀ ନକରାତ୍ମକ ଟୁଇଟକୁ ଆଗକୁ ବଢାଇବ ନାହିଁ ଟୁଇଟର

ୱାଶିଂଟନ,୧୯ ।୧୧: ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ତଥା ଟୁଇଟରର ନୂଆ ମାଲିକ ଏଲନ ମସ୍କଙ୍କ ନୂଆ ନୀତି ଅନୁଯାୟୀ, ନକରାତ୍ମକ ଓ ଘୃଣା ଶବ୍ଦ ଥିବା ଟୁଇଟକୁ ଆଗକୁ ନ ବଢାଇବା ଓ ଏହାକୁ ଡିମୋନେଟାଇଜ କରିବାକୁ ଘୋଷଣା କରାଯାଇଛି । ସେ ଟୁଇଟ କରି କହିଛନ୍ତି ଯେ ନୂତନ ଟୁଇଟର ନୀତି ହେଉଛି ଅଭିବ୍ୟକ୍ତିର ସ୍ୱାଧିନତା, କିନ୍ତୁ ପ୍ରବେଶ ସ୍ୱାଧିନତା ନୁହେଁ ।
ଏହା ପୂର୍ବରୁ ସେ ଘୋଷଣା କରିଥିଲେ କି ଟୁଇଟରର କିଛି ବିବାଦସ୍ପଦ ଆକାଉଣ୍ଟକୁ ପୁର୍ନସ୍ଥାପିତ କରିବାର ଯୋଜନା କରାଯାଉଛି, ଯାହାକୁ ପୂର୍ବରୁ ପ୍ରତିବନ୍ଧିତ ବା ନିଲମ୍ବିତ କରି ଦିଆଯାଇଥିଲା । ହେଲେ କମ୍ପାନୀ ଏବେ ପର୍ଯ୍ୟନ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଆକାଉଣ୍ଟକୁ ନେଇ କୌଣସି ନିର୍ଣ୍ଣୟ ନେଇ ନାହିଁ ଏଲନ ମସ୍କ ମାଇକ୍ରୋବ୍ଲଗିଙ୍ଗ ସାଇଟର ନିୟନ୍ତ୍ରଣକୁ ସମ୍ଭାଳିବା ପରଠାରୁ ଟୁଇଟରକୁ ନୂଆ ରୂପ ଦେବାକୁ ଲାଗି ପଡିଛନ୍ତି ।

Share