ଭାରତୀୟ ମନ୍ତ୍ରୀଙ୍କୁ କ୍ଷମା ମାଗିଲେ ଏଲନ ମସ୍କ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୧୪।୧୧: ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟେଲ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଇଲେକ୍ଟ୍ରି କାର ନିର୍ମାତା ଟେସଲା କାରଖାନାକୁ ଗସ୍ତ କରିଥିଲେ। ଏଠାରେ ବିଭିନ୍ନ ବିଭାଗର ପ୍ରମୁଖ ଦାୟିତ୍ୱରେ ଥିବା ଭାରତୀୟ ମାନଙ୍କ ସହିତ ସେ ସାକ୍ଷାତ କରିଥିଲେ। ତାଙ୍କ ଗସ୍ତ ସମୟରେ ପୀୟୁଷ ଗୋୟଲ ଭାରତୀୟ ଇଞ୍ଜିନିୟର୍ ଏବଂ ଫାଇନାନ୍ସ ବିଭାଗରେ ଥିବା କର୍ମଚାରୀ ମାନଙ୍କୁ ଭେଟିଥିଲେ, କିନ୍ତୁ ସେ ଏଲନ୍ ମସ୍କଙ୍କର ‘ଯାଦୁକରୀ ଉପସ୍ଥିତି’କୁ ଅଭାବ ବିଷୟରେ ସେ କହିଥିଲେ।

ଟେସଲା କାରଖାନାକୁ ଗସ୍ତ କରିବା ପରେ ପିୟୁଷ ଗୋୟେଲ ଏକ୍ସ(ଟୁଇଟର)ରେ ଲେଖିଥିଲେ ଅସୁସ୍ଥତା ହେତୁ ଏଲନ ମସ୍କଙ୍କ ସହିତ ତାଙ୍କର ସାକ୍ଷାତ ହୋଇପାରି ନଥିଲା। ଏହାପରେ ପୀୟୁଷ ଗୋୟଲଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଏଲନ୍ ମସ୍କ କହିଛନ୍ତି ଯେ ଭାରତୀୟ ମନ୍ତ୍ରୀଙ୍କ ଗସ୍ତ ତାଙ୍କୁ ସମ୍ମାନିତ କରିଛି ଏବଂ ଭବିଷ୍ୟତରେ ତାଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି, ତେବେ ସେ ସାକ୍ଷାତ କରିପାରି ନଥିବାରୁ କ୍ଷମା ଚାହିଁଥିଲେ।

ରିଉଟର୍ସ ଅନୁଯାୟୀ ଟେସଲା ଭାରତରେ କାରଖାନା ନିର୍ମାଣ କରିବା ପାଇଁ ନିରନ୍ତର ଚେଷ୍ଟା କରୁଛି। ଯାହାର ଉଦେଶ୍ୟ ହେଉଛି ଭାରତରେ ୨୪ ହଜାର କାର ନିର୍ମାଣ କରିବା ଯାହାର ଆନୁମାନିକ ମୂଲ୍ୟ ୧୯,୯୬୧୮୯ କୋଟି ହେବ।

ପୀୟୁଷ ଗୋୟଲଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଭାରତରେ ଏକ କାରଖାନା ପ୍ରତିଷ୍ଠା ପାଇଁ ଟେସଲାକୁ ଭାରତ ସରକାର କଷ୍ଟମ ଡ୍ୟୁଟି ରିହାତି ଦେବାକୁ ଚିନ୍ତା କରୁଥିବା ଖବର ଆସିଛି। ପୀୟୁଷ ଗୋୟଲ ସେପ୍ଟେମ୍ବରରେ କହିଥିଲେ ଯେ ଟେସଲା ଚଳିତ ବର୍ଷ ଭାରତରୁ ପ୍ରାୟ ୧.୯ ବିଲିୟନ ଡ଼ଲାର (ପ୍ରାୟ ୮ ୧୫୮.୦୩ ବିଲିୟନ) ଉପାଦାନ କିଣିବାକୁ ଯାଉଛି, ଯାହା ୨୦୨୨ ମସିହାରେ ୧ ବିଲିୟନ ଡ଼ଲାର (ପ୍ରାୟ .୩ ୮୩.୧୭ ବିଲିୟନ) ଥିଲା। ଏହା ପୂର୍ବରୁ ଏଲନ ମସ୍କ ୨୦୨୧ରେ କହିଥିଲେ ଯେ, ଭାରତରେ ଯଦି ଆମଦାନୀ ହୋଇଥିବା ଟେସଲା କାର ସଫଳତା ଦେବ ତେବେ ସେ ଭାରତରେ କାରଖାନା କାରବେ।


Enter your email to get our daily news in your inbox.

All Right Reserved By Dharitri.Com

୬୯୯ଟଙ୍କାରେ ମିଳୁଛି ଜିଓ ଭାରତ ୪ଜି ଫୋନ୍‌

ମୁମ୍ବାଇ,୨୭।୧୦ (ଅଭୟ ଦାଶ): ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକିି ଏହି ସୀମିତ ସମୟ ଅଫର ମଧ୍ୟରେ ଆଶାୟୀ ଉପଭୋକ୍ତାମାନେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri