ୱାଶିଂଟନ,୫ ।୧୨: ଟୁଇଟରର ନୂଆ ମାଲିକ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଜୀବନକୁ ଭୟ କରୁଛନ୍ତି । ଶନିବାର ମସ୍କ ଦାବି କରିଛନ୍ତି, ତାଙ୍କ ସହ କିଛି ବି ଅଘଟଣ ଘଟିପାରେ ଏମିତିକି ତାଙ୍କୁ ଗୁଳି ବି କରାଯାଇପାରେ । ଟୁଇଟର ସ୍ପେଶରେ ୨ ଘଣ୍ଟାର ଲମ୍ବା ଚ୍ୟାଟରେ ମସ୍କ କହିଛନ୍ତି ନିଶ୍ଚିତ ଭାବେ ସେ ଏବେ ଖୋଲା ଗାଡିରେ ଯାତ୍ରା କରିବେ ନାହିଁ ।
ଏଲନ ମସ୍କ କହିଛନ୍ତି, କହିବାକୁ ଗଲେ ମୋ ସହ କିଛି ବି ଦୁର୍ଘଟଣା ଘଟିପାରେ, ଏମିତିକି ଗୁଳି ମଧ୍ୟ କରାଯାଇପାରେ । ଯଦି ଆପଣ କାହାକୁ ମାରିବାକୁ ଚାହୁଁଛନ୍ତି ତେବେ ଏହା କଠିନ କାମ ନୁହେଁ । ଆଶା କରୁଛି ଏମିତି ହେବ ନାହିଁ କାରଣ ଭାଗ୍ୟ ମୋ ସହ ରହିଛି । ଆଉ ଯଦି ଏମିତି ନ ହୁଏ ତେବେ ଆଗକୁ ବିପଦ ରହିଛି ।