ଏଲନ ମସ୍କଙ୍କ ଫଟୋ ବିକିଲେ ଏକ୍ସ-ଗର୍ଲଫ୍ରେଣ୍ଡ, ରାତାରାତି ହୋଇଗଲେ କୋଟିପତି

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସ୍‌ଲା ସିଇଓ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ତାଙ୍କର ଏକ୍ସ-ଗର୍ଲଫ୍ରେଣ୍ଡ ଜେନିଫର ଗ୍ବେନେ ଏଲନଙ୍କ ପୁରୁଣା ଫଟୋ ବିକ୍ରି କରିଛନ୍ତି। ସେ ଏଲନଙ୍କ କଲେଜ ସମୟର ଫଟୋ ଏବଂ ନିଜ ସ୍ମରଣୀୟ ଫଟୋ ୧,୬୫,୦୦୦ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧ କୋଟି ୩୧ ଲକ୍ଷ ୪୮ ହଜାର ଟଙ୍କାରେ ନିଲାମ କରାଯାଇଛି। ଏଲନଙ୍କ ଏହି ଫଟୋ ଯାହା ଆଜି ପର୍ଯ୍ୟନ୍ତ ଦୁନିଆକୁ ଆସି ନ ଥିଲା। ଏହି ଫଟୋଗୁଡ଼ିକ ବୋଷ୍ଟନରେ ନିଲାମ କରାଯାଇଥିଲା।

ବୋଷ୍ଟନସ୍ଥିତ ଆରଆର ଆକ୍ସନ ନିଲାମ ସଂସ୍ଥା କହିଛି ଯେ,ଜେନିଫର ଏହି ଫଟୋକୁ ଉପହାର ସ୍ବରୂପ ରଖିଥିଲେ। ୧୯୯୪ରୁ ୯୫ ମଧ୍ୟରେ ମସ୍କ ଏବଂ ଜେନିଫର୍‌ ଯେତେବେଳେ ଉଭୟେ ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ମସ୍କ କାଲିଫର୍ନିଆକୁ ଯିବା ପରେ ଦୁହେଁ ଅଲଗା ହୋଇଯାଇଥିଲେ।

ନିଲାମରେ ଏକ ଛୋଟ ଏମ୍ରାଲ୍ଡ ପଥର ସହିତ ଏକ ସୁନା ହାର ଥିଲା ଯାହା ମସ୍କ ଜେନିଫରଙ୍କୁ ତାଙ୍କ ଜନ୍ମଦିନରେ ଉପହାର ଦେଇଥିଲେ। ଏହି ହାରଟି ୫୧,୦୦୦ ଡଲାରରେ (୪୦ ଲକ୍ଷରୁ ଅଧିକ)ରେ ବିକ୍ରି ହୋଇଥିଲା। ଏହା ପରେ ଜନ୍ମଦିନ କାର୍ଡ ଥିଲା, ଯାହା ମସ୍କ ଦ୍ୱାରା ଦସ୍ତଖତ କରାଯାଇଥିଲା। ଏହାକୁ ପ୍ରାୟ ୧୭,୦୦୦ ଡଲାରରେ ବିକ୍ରି କରାଯାଇଛି (ପ୍ରାୟ ୧୪ ଲକ୍ଷ ଟଙ୍କା)। ୧୮ଟି ଫଟୋ ମଧ୍ୟ ପୃଥକ୍‌ ଭାବରେ ବିକ୍ରି ହୋଇଥିଲା ଏବଂ ସେଥିମଧ୍ୟରୁ ଜେନିଫର୍‌ ଏବଂ ମସ୍କ ଅନ୍ୟ ୪ ଜଣଙ୍କ ସହିତ ୧,୭୬୫ ଡଲାରରେ ବିକ୍ରି ହୋଇଥିଲା (ପ୍ରାୟ ୧.୪୦ ଲକ୍ଷ)।।

କୁହାଯାଉଛି, ଏଲନଙ୍କର ଜଣେ ପୂର୍ବତନ ଗର୍ଲଫ୍ରେଣ୍ଡ ତାଙ୍କ ପୁଅର ଶିକ୍ଷା ପାଇଁ ମସ୍କ ସହିତ ତାଙ୍କ ଫଟୋ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଫଟୋଗୁଡ଼ିକ ନିଲାମ ହାଉସ ଓ୍ବେବ୍‌ସାଇଟରେ ରଖାଯାଇଥିଲା। ଏହି ଫଟୋଗୁଡ଼ିକ ପାଇଁ ଟେଣ୍ଡର ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ହୋଇଥିଲା।

Share