ଟୁଇଟର କିଣିବା ପଛର କାରଣ କହିଲେ ମସ୍କ

ଓ୍ବାଶିଂଟନ୍‌, ୨୭ା୧୦: ଟେସ୍‌ଲା ସିଇଓ ଏଲନ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର କିଣିଥିବା ସ୍ପଷ୍ଟ କରିଛନ୍ତି। ଗୁରୁବାର ସେ ଏକ ଟୁଇଟ କରି ସୋସିଆଲ ମିଡିଆ ଜାଏଣ୍ଟକୁ କିଣିବା ପଛର କାରଣ ମଧ୍ୟ ବର୍ଣ୍ଣନା କରିଛନ୍ତି। ଅଧିକ ଅର୍ଥ ପାଇଁ ନୁହେଁ ବରଂ ମାନବୀୟ ସହାୟତା ପାଇଁ ସେ ଏହି ଫାର୍ମ କିଣିଥିବା କହିଛନ୍ତି।

ଗତ ମେ’ରେ ମସ୍କ ଟୁଇଟର କିଣିବା ପାଇଁ କରିଥିବା ୪୪ ବିଲିୟନ ଡିଲ୍‌ ଚୂଡ଼ାନ୍ତ କରିବା ନିମନ୍ତେ ତାଙ୍କ ପାଖରେ ଶୁକ୍ରବାର ପର୍ଯ୍ୟନ୍ତ ସମୟ ଥିଲା। ଏଥିରେ ବହୁସଂଖ୍ୟାରେ ଫେକ୍‌ ଆକାଉଣ୍ଟ ଥିବା ଅଭିଯୋଗ କରି ଜୁଲାଇରେ ମସ୍କ ଏହି ଚୁକ୍ତିରୁ ଓହରିବା ପାଇଁ ଘୋଷଣା କରିବା ପରେ ଟୁଇଟର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏ ନେଇ ଅଧିକ ଚିନ୍ତା କରିବା ପାଇଁ କୋର୍ଟ ଅକ୍ଟୋବର ୨୭ ପର୍ଯ୍ୟନ୍ତ ସମୟ ଦେଇଥିଲେ। ତେବେ ମସ୍କ ଏହି ପ୍ଲାଟଫର୍ମ କିଣିଥିବା ନେଇ ଟୁଇଟର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Share