ଟେକ୍ସାସ ସୀମାରେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୯।୯: ଟୁଇଟର ସିଇଓ ଏଲନ ମସ୍କ ଗୁରୁବାର ଟେକ୍ସାସ ସୀମାରେ ପହଞ୍ଚିଛନ୍ତି। ଏଠାରୁ ସେ ସୋସିଆଲ ମିଡିଆ ଏକ୍ସରେ ମଧ୍ୟ ଲାଇଭ ଆସିଥିଲେ। ଏହି ସମୟରେ ସେ ସ୍ଥାନୀୟ ରାଜନେତା ଏବଂ ଅଧିକାରୀଙ୍କ ସହ ପରିସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି।

ମସ୍କ ଇଗଲ ପାସ ପରିଦର୍ଶନ କରିଛନ୍ତି। ବହୁ ଦିନ ଧରି ଏଠାରେ ବହୁ ସଂଖ୍ୟାରେ ପ୍ରବାସୀ ଲୋକଙ୍କର ଭିଡ ଦେଖିବାକୁ ମିଳିଛି। ବାସ୍ତବରେ, ଟେକ୍ସାସ ନ୍ୟାଶନାଲ ଗାର୍ଡ ଏଠାରେ ନଦୀ ଚାରିପାଖରେ ତାର ଲଗାଇଛନ୍ତି, ଯେଉଁ କାରଣରୁ ଲୋକମାନେ ସୀମା ପାର ହୋଇପାରୁ ନାହାଁନ୍ତି।

Share