ଚଳିତ ବର୍ଷ ପ୍ରତିଦିନ ୨୫୦୦ କୋଟି କ୍ଷତି ସହୁଛନ୍ତି ଏଲନ ମସ୍କ, ଟୁଇଟରରେ ପୂର୍ଣ୍ଣ ନିୟନ୍ତ୍ରଣର ସଂଘର୍ଷ ବଢାଉଛି ସମସ୍ୟା

ୱାଶିଂଟନ,୨୪ ।୧୧: ଟେଲସାର ସିଇଓ ଏଲନ ମସ୍କ ଯେବେଠାରୁ ଟୁଇଟର କିଣିଲେଣି ସେବେଠାରୁ କୌଣଓି ନା କୌଣସି କାରଣରୁ ସେ ଆସୁଛନ୍ତି ଚର୍ଚ୍ଚାକୁ । ଏବେ ସୂଚନା ମିଳିଛି କି ଟେଲସାର ଶେୟାର ସର୍ବନିମ୍ନ ସ୍ତରକୁ ଖସିଯିବା ପରେ କମ୍ପାନି ଚଳିତ ବର୍ଷ ୧୦୦ ବିଲିୟନ ଡଲାରରୁ ଅଧିକ ନେଟ ହରାଇଛି, ଯାହା ଗତ ୨ ବର୍ଷ ମଧ୍ୟରେ ହୋଇ ନ ଥିଲା । ଏହାର କ୍ରେଡିଟ ଟୁଇଟର ଟେକ ଓଭର ଓ ଅନ୍ୟ ଜିନିଷକୁ ଯାଉଛି । ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ, ଏଲନ ମସ୍କ ଚଳିତ ବର୍ଷ ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇବା ପାଇଁ ସଂଘର୍ଷ କରିଥିଲେ । ଏବେ ରିପୋର୍ଟ ଆସିଛି ଯେ ଏଥିପାଇଁ ଚଳିତ ବର୍ଷ ମସ୍କ ପ୍ରତିଦିନ ୨୫୦୦ ଟଙ୍କା କୋଟିର କ୍ଷତି ସହିଛନ୍ତି ।
ବ୍ଲୁମବର୍ଗର ଧନ ସୂଚକାଙ୍କରେ ମସ୍କଙ୍କ ସମ୍ପତ୍ତିରେ ସବୁଠାରୁ ଅଧିକ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ଗୋଟିଏ ବର୍ଷ ପୂର୍ବରୁ ମସ୍କଙ୍କ ସମ୍ପତ୍ତି ସୂଚକାଙ୍କ ୩୪୦ ଅରବ ଡଲାରରେ ପହଞ୍ଚିଥିଲା । ଏବେ ରିପୋର୍ଟ କହୁଛି ୨୦୨୨ରେ ଏଲନ ମସ୍କଙ୍କ ସମ୍ପତ୍ତି ୧୦୧ ଅରବ ଡଲାର କମ ହୋଇଯାଇଛି(ପ୍ରାୟ ୮୨.୫୦ ଖରବ ଟଙ୍କା) କମ ହୋଇଯାଇଛି । ଏହାସହ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କୁ ପ୍ରତିଦିନ ପ୍ରାୟ ୨୫୦୦ କୋଟି ଟଙ୍କାର କ୍ଷତି ହେଉଛି ।

Share