ଟୁଇଟର ସହ ୪୪ ବିଲିୟନ ଡଲାରର ଚୁକ୍ତି ବନ୍ଦ ପାଇଁ ଚିଠି ଲେଖିଲେ ଏଲନ ମସ୍କ

ୱାଶିଂଟନ,୯ ।୭: ଅରବପତି ତଥା ଟେଲସା କମ୍ପାନୀର ମୁଖ୍ୟ ଏଲନ ମସ୍କଙ୍କ ଟିମ ଟୁଇଟରକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ଟୁଇଟର ଇଙ୍କର ଅଧିଗ୍ରହଣକୁ ବ୍ୟକ୍ତିଗତ ଭାବେ ଗ୍ରହଣ କରିବାକୁ ହୋଇଥିବା ୪୪ ଡଲାରର ଚୁକ୍ତିକୁ ବନ୍ଦ କରିବା କଥା ଉଲ୍ଲେଖ କରିଛନ୍ତି । ଏହାସହ କ୍ରୟ ଚୁକ୍ତିର ଅନେକ ଉଲ୍ଲଂଘନ ଏହି ଚିଠିରେ ଦର୍ଶାଯାଇଛି । ମସ୍କ ଟୁଇଟରକୁ କିଛି ତଥ୍ୟ ମାଗିଥିବା ବେଳେ ଟୁଇଟର ଏହା ଦେଇ ନ ଥିବା ମସ୍କ ଉଲ୍ଲେଖ କରିଛନ୍ତି ।
ଏପଟେ ଚୁକ୍ତି ବନ୍ଦକୁ ନେଇ ଟୁଇଟର କୋର୍ଟକୁ ଯିବ ବୋଲି କହିଛି । ବୋର୍ଡର ଅଧ୍ୟକ୍ଷ ବ୍ରେଟ ଟେଲର ଏକ ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, କିଛିଦିନ ତଳେ ଟୁଇଟରର କିଛି ଅଂଶ କ୍ରମ କରିବାକୁ ମସ୍କ ୪୪ ବିଲିୟନ ଡଲାର ଦେବାକୁ ଚୁକ୍ତି କରିଥିବା କୁହାଯାଉଥିଲା ।

Share