ମସ୍କଙ୍କୁ ପୁଣି ଚ୍ୟାଲେଞ୍ଜ ଦେଲେ ଜୁକରବର୍ଗ

କାଲିଫର୍ନିଆ,୧୬।୮: ବୈଷୟିକ ଜଗତର ଦୁଇ ପ୍ରତିଷ୍ଠତା ଏଲନ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ପୁଣିଥରେ ଲଢେଇ ଆରମ୍ଭ ହୋଇଛି। ଯେଉଁଥିରେ, ‘X’ର ମାଲିକ ଜୁକରବର୍ଗଙ୍କ ଉପରେ ଚ୍ୟାଲେଞ୍ଜ ସ୍ବୀକାର କରୁନଥିବା ଅଭିଯୋଗ କରିଛନ୍ତି। ଏଥି ସହିତ ମେଟାର ମାଲିକ ମସ୍କଙ୍କୁ ଲଢେଇ ପାଇଁ ସ୍ଥାନ ଜଣାଇବାକୁ କହିଛନ୍ତି। ଏହା ଉପରେ ଏଲନ ମସ୍କ କହିଛନ୍ତି ଯେ, ସେ କୌଣସି ସ୍ଥାନରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ନୁହଁନ୍ତି।

ସୂଚନାଯୋଗ୍ୟ, ନିକଟରେ ଦୁହିଁଙ୍କ ମଧ୍ୟରେ ଲଢେଇ ହେବାର ଖବର ସୋସିଆଲ ମିଡିଆରେ ଆତଙ୍କ ସୃଷ୍ଟି କରିଥିଲା। ଆଶା କରାଯାଏ ଯେ ଏଲନ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ରିଙ୍ଗରେ ଲଢେଇ ଦେଖିବା ଅତ୍ୟନ୍ତ ରୋମାଞ୍ଚକର ହେବ। ତେବେ ଉଭୟଙ୍କ ମଧ୍ୟରେ ଲଗାତାର ଆରୋପ-ପ୍ରତ୍ୟାରୋପ ଜାରି ରହିଛି।

Share