Categories: ଫୁରସତ

ନିଜ ଅବିକଳ ଚେହେରା ଦେଖି ଏମିତି କହିଲେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୩୦।୧୨:ବିଶ୍ୱର ଏକ ନମ୍ବର ଧନୀ ତଥା ଟେସଲା ସିଇଓ ଏଲୋନ ମସ୍କ ଆଜିକାଲି ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଯଦିଓ ସେ ନିଜ କାରଣରୁ ନୁହେଁ ବରଂ ଅନ୍ୟ କାହା କାରଣରୁ ଆଲୋଚନାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଅବିକଳ ଚେହେରାର ଜଣେ ବ୍ୟକ୍ତି ଏକ ଭିଡିଓ ସାମ୍ନାକୁ ଆସିଛି। କିଛି ଲୋକ ସେହି ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କୁ ଏଲୋନ ମସ୍କଙ୍କ ଯାଆଁଳା ଭାଇ ବୋଲି କହୁଛନ୍ତି। ଏହି ଭିଡିଓ ଚାଇନାରୁ ଆସିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ନଜର ଆସିଛନ୍ତି ।ଏହି ବ୍ୟକ୍ତି ଠିକ ଏଲୋନ ମସ୍କଙ୍କ ପରି ଦେଖାଯାଉଛନ୍ତି। ଭିଡିଓ ଦେଖି, ଯେ କେହି ସଙ୍ଗେ ସଙ୍ଗେ ଅନୁଭବ କରିବେ ଯେ ଏହି ବ୍ୟକ୍ତି ହେଉଛି ଏଲୋନ ମସ୍କ। ଯଦିଓ ଏହି ଭିଡିଓର ସତ୍ୟତା ଅନ୍ୟ କିଛି। ଏହି ଭିଡିଓରେ ଏଲୋନ ମସ୍କ ପରି ଦେଖାଯାଉଥିବା ବ୍ୟକ୍ତି ଚାଇନାର ଶୁଜୋଉର ବାସିନ୍ଦା। ଏହି ବ୍ୟକ୍ତିଙ୍କ ଭିଡିଓ ଏବଂ ଫଟୋ ଟିକ୍‌ଟକ୍‌ରେ ଭାଇରାଲ୍‌ ହୋଇଥାଏ। ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଟେସଲା ସିଇଓ ଏଲୋନ ମସ୍କଙ୍କୁ ଟ୍ୟାଗ କରିଥିଲେ। ଏଲୋନ ମସ୍କ ମଧ୍ୟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମସ୍କ କହିଛନ୍ତି ଯେ ସେ ଟିକେ ଚାଇନିଜ ହୋଇଥାଇପାରନ୍ତି।


ଭାଇରାଲ ଭିଡିଓରେ କଳା ରଙ୍ଗର ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ବିଳାସପୂର୍ଣ୍ଣ କାର ସାମ୍ନାରେ ଠିଆ ହୋଇଥିବା ନଜର ଆସିଛନ୍ତି। ସେ ଜଣେ କ୍ୟାମେରାମ୍ୟାନଙ୍କ ସାମ୍ନାରେ ହସୁଛନ୍ତି ଏବଂ ପୋଜ ଦେଉଛନ୍ତି। ବ୍ୟକ୍ତି ଜଣଙ୍କ ଏଲୋନ ମସ୍କ ପରି ଦେଖାଯାଉଛନ୍ତି। ଏହି ବ୍ୟକ୍ତି ନିଜକୁ ଏଲୋନ ମସ୍କ ପରି ଦେଖାଯିବା ପାଇଁ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫେସ ସ୍ବାପ ଟେକ୍ନୋଲୋଜି’ ବ୍ୟବହାର କରିଛନ୍ତି।

Share