ଟୁଇଟରର ସିଇଓ ପଦରୁ ଇସ୍ତଫା ଦେଇପାରନ୍ତି ଏଲନ୍‌ ମସ୍କ

ଓ୍ବାଶିଂଟନ୍‌,୨୧।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଥିବା ଏଲୋନ ମସ୍କ ଟୁଇଟରର ନୂତନ ମୁଖ୍ୟ ହେବା ଆରମ୍ଭରୁ ବିବାଦ ଘେରରେ ରହିଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖୁବ୍‌ଶୀଘ୍ର ଏଲନ୍‌ ମସ୍କ ଟୁଇଟରର ସିଇଓ ପଦରୁ ଇସ୍ତଫା ଦେଇପାରନ୍ତି। ବୁଧବାର ମସ୍କ ଏକ ସର୍ଭେ ରିପୋର୍ଟ ଜାରି ଏହି ଘୋଷଣା କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଏଲନ୍‌ ମସ୍କ ଟୁଇଟରରେ ଏକ ସର୍ଭେ ଆରମ୍ଭ କରିଥିଲେ। ଯେଉଁଥିରେ ସେ ଟୁଇଟରର ସିଇଓ ପଦରୁ ଇସ୍ତଫା ଦେଇଦେବା ଉଚିତ୍‌ କି ବୋଲି ପ୍ରଶ୍ନ କରିିଥିଲେ। ଏଥିସହ ସେ ପ୍ରତିଶ୍ରୁତି ଦେଇଥିଲେ ଯେ, ମତଦାନର ଫଳାଫଳ ଯାହା ହେଉନା କାହିଁକି ସେ ଏହାକୁ ଅନୁସରଣ କରିବେ।

 

ତେବେ ଏହି ସର୍ଭେର ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ତାଙ୍କ ପାଇଁ ନିରାଶାଜନକ ରହିଛି। ଏଥିରେ ୫୭.୫ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ, ସେ ଇସ୍ତଫା ଦେଇଦିଅନ୍ତୁ ଏବଂ ମାତ୍ର ୪୨.୫ ପ୍ରତିଶତ ତାଙ୍କ ସପକ୍ଷରେ ରହିଛନ୍ତି। ତେବେ ଜନତାଙ୍କ ନିର୍ଣ୍ଣୟ ଆସିବା ପରେ ମସ୍କ କହିଛନ୍ତି, ଯୋଗ୍ୟ ବ୍ୟକ୍ତି ମିଳିବା ମାତ୍ରେ ହିଁ ସେ ଏହି ପଦରୁ ଇସ୍ତଫା ଦେଇଦେବେ। ଏହାପରେ ସେ କେବଳ ସଫ୍ଟଓ୍ବେର ଏବଂ ସର୍ଭର ଟିମ୍‌ ସମ୍ଭାଳିବେ ବୋଲି ଟୁଇଟରେ ଉଲ୍ଲେଖ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ହଟାଇବାକୁ ଏଲୋନ ମସ୍କ କରୁଛନ୍ତି ସିକ୍ରେଟ ମିଟିଂ! ରିପୋର୍ଟରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଲଣ୍ଡନ,୧୦।୧: ଟେସଲାର ସିଇଓ ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ ଏବେ ବ୍ରିଟିଶ ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି। ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ,...

ଗିରଫ ହେବେ ଟ୍ରମ୍ପ? ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟ୍‌କା

ଓ୍ବାଶିଂଟନ,୧୦।୧: ହସ୍‌ ମନି ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ନିଷ୍ପତ୍ତି ଟ୍ରମ୍ପଙ୍କ...

ସଡ଼କ ଉପରେ ପଡିବାରୁ ଜଳିଗଲା ବିମାନ, ୧ ମୃତ ୭ ଆହତ, ଦେଖନ୍ତୁ ଭିଡିଓ

ପାଓଲୋ,୧୦।୧: ବ୍ରାଜିଲରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବିମାନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭ଜଣ ଆହତ ହୋଇଛନ୍ତି। ବିମାନ...

ବଡ଼ ଗେମ୍‌ ଖେଳିଲେ ୟୁନୁସ୍‌ ସରକାର, ହାସିନାଙ୍କ ପରେ ଏବେ ଏହି ନେତାଙ୍କୁ…

ଢାକା,୧୦।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଚିକିତ୍ସା ପାଇଁ ମଙ୍ଗଳବାର ଲଣ୍ଡନ ଯାଇଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) କହିଛି ଯେ ତାଙ୍କ ନେତାଙ୍କ...

ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ...

ଭୟଙ୍କର ରୂପ ଧାରଣ କଲାଣି ନିଆଁ :୩ ଲକ୍ଷ ବାସଗୃହ ଜଳିପୋଡ଼ି ଛାରଖାର

ଆମେରିକା କାଲିଫର୍ନିଆ ରାଜ୍ୟର ଲସ୍‌ଏଞ୍ଜେଲ୍ସ ଜଙ୍ଗଲରେ ମଙ୍ଗଳବାର ସକାଳଠାରୁ ଲାଗିଥିବା ନିଆଁ ଭୟଙ୍କର ରୂପ ଧାରଣ କଲାଣି। ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଉପକୂଳରେ ପବନର...

ଲସ୍‌ଏଞ୍ଜେଲ୍ସ ବନାଗ୍ନି ମହାକାଶରୁ ଦୃଶ୍ୟମାନ

ଲସ୍‌ଏଞ୍ଜେଲ୍ସ,୧୦।୧: ଆମେରିକାର କାଲିଫର୍ନିଆସ୍ଥିତ ଲସ୍‌ଏଞ୍ଜେଲ୍ସ ଉପକୂଳ ପାସିଫିକ୍‌ ପାଲିସାଡେସ୍‌ ଜଙ୍ଗଲରେ ଲାଗିଥିବା ନିଅଁା ଏତେ ଭୟାବହ ଯେ, ଏହା ମହାକାଶରୁ ଦୃଶ୍ୟମାନ ହେଉଛି। ତୁହାକୁ ତୁହା...

ନାଚାର ପାଲଟି ଗଲାଣି ସୁପରପାଓ୍ବାର ଆମେରିକା, ପ୍ରକୃତିର କୋପରେ…

ଓ୍ବାଶିଂଟନ,୯।୧: ଲସ ଆଞ୍ଜେଲସରେ ଜଙ୍ଗଲ ନିଆଁ ବଢ଼ିବାରେ ଲାଗିଛି। ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି, ଏଥିରେ ଅତି କମରେ ପାଞ୍ଚ ଜଣଙ୍କ ଜୀବନ ଗଲାଣି। ଶହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri