Categories: ବାଣିଜ୍ୟ

ବିଶ୍ୱର ସବୁଠାରୁ ଧନୀ ହେଲେ ଏହି ବ୍ୟକ୍ତି: ଘଣ୍ଟାକୁ ରୋଜଗାର ୧୨୭ କୋଟି, ପ୍ରତି ସେକେଣ୍ଡକୁ ୭୬ ଲକ୍ଷ

ନୂଆଦିଲ୍ଲୀ,୧୦।୧: ଇଲେକ୍ଟ୍ରିକ୍‌ ଯାନ ନିର୍ମାତା ଟେସଲା ଏବଂ ସ୍ପେସ୍‌ଏକ୍ସର ସିଇଓ ଏଲନ ମସ୍କ ବିଶ୍ୱର ସବୁଠାରୁ ଧନୀବ୍ୟକ୍ତି ପାଲଟିଛନ୍ତି। ଆମାଜନର ଜେଫ୍‌ ବେଜୋସଙ୍କୁ ପଛରେ ପକାଇ ସେ ଏହି ମୁକୁଟ ପିନ୍ଧିଛନ୍ତି। ତେବେ କରୋନାକୁ ନେଇ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ମସ୍କଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ଗତ ୧୨ ମାସ ମଧ୍ୟରେ ତାଙ୍କର ମୋଟ ସମ୍ପତ୍ତି ୧୫୦ ବିଲିୟନ ଡଲାର ବୃଦ୍ଧି ପାଇଛି। ମସ୍କଙ୍କ ରୋଜଗାର ବିଷୟରେ କହିଲେ, ସେ ଘଣ୍ଟା ପ୍ରତି ୧୨୭ କୋଟି ଟଙ୍କା ରୋଜଗାର କରୁଥିବା ବେଳେ ପ୍ରତି ସେକେଣ୍ଡରେ ରୋଜଗାର କରିଥିଲେ।

ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଥିବା ମସ୍କଙ୍କ ମା’ କାନାଡ଼ାର। ପିଲାଦିନୁ ସେ ପାଠପଢ଼ାରେ ଭଲ ଥିବା ବେଳେ ୧୦ ବର୍ଷ ବୟସରେ କମ୍ପ୍ୟୁଟର ପ୍ରୋଗ୍ରାମିଂ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ସେ ପଛକୁ ଫେରି ଦେଖିନାହାନ୍ତି। ୨୦୦୪ରେ ସେ ଟେସ୍‌ଲାର ମୂଳଦୁଆ ପକାଇବା ପରେ ସେ ଏବେ ସଫଳତାର ଶିଡି ଚଢ଼ିବାରେ ଲାଗିଛଇ। ତେବେ ୪୯ ବର୍ଷୀୟ ମସ୍କ କେବଳ ଟେସଲାର ସିଇଓ ନୁହନ୍ତି ବରଂ ସେ ‘ସେଲାର୍‌ ଏନର୍ଜି ସିଷ୍ଟମ’ ମଧ୍ୟ ନିର୍ମାଣ କରନ୍ତି। ଗତ ବର୍ଷକ ମଧ୍ୟରେ ଟେସଲା ଶେୟାରରେ ମଧ୍ୟ ବୃଦ୍ଧି ଘଟିଛି। ଯଦି ଏହା ଜାରି ରୁହେ ତେବେ ଅହେତୁକ ଭାବେ ମସ୍କଙ୍କ ସମ୍ପତ୍ତି ବୃଦ୍ଧି ପାଇବ । ସେ ଖରବପତି ମଧ୍ୟ ହୋଇପାରନ୍ତି।

Share