ମୋତେ ଖୁସି ଲାଗେ ଯେତେବେଳେ ଲୋକେ ଟୁଇଟରରେ ଟୁଇଟରର ଅଭିଯୋଗ କରନ୍ତି: ଏଲନ ମସ୍କ

ୱାଶିଂଟନ,୧୧ ।୧୧: ଟେଲସାର ସିଇଓ ଏଲନ ମସ୍କ ନିକଟରେ ଏକ ଟୁଇଟ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏଥିରେ ମାଇକ୍ରୋବ୍ଲଗିଂ ଫ୍ଲାଟଫର୍ମ ଟୁଇଟରକୁ କ୍ରୟ କରିବା ପରେ ଟୁଇଟରକୁ ମିଳୁଥିବା ସମାଲୋଚନାକୁ ନେଇ ମସ୍କ କଟାକ୍ଷ କରିଛନ୍ତି । ମସ୍କ ଗୁରୁବାର ଅର୍ଥାତ୍ ୧୦ ନଭେମ୍ବରରେ ତାଙ୍କର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ହସୁଥିବା ଇମୋଜି ସହ ଲେଖିଛନ୍ତି, ମୋତେ ଖୁସି ଲାଗେ ଯେତେବେଳେ ଲୋକେ ଟୁଇଟରରେ… ଟୁଇଟରର ଅଭିଯୋଗ କରିଥାଆନ୍ତି ।

ସୂଚନାଯୋଗ୍ୟ, ଟୁଇଟର ଚୁକ୍ତି ଶେଷ ହେବା ପରଠାରୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ସୋସିଆଲ ମିଡିଆର ଅନୁଭବିଙ୍କ କାର୍ଯ୍ୟକଳାପକୁ ପ୍ରଭାବିତ କରୁଥିବା ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ଲକ୍ଷ ଲକ୍ଷ ଦୈନିକ ୟୁଜର୍ସ ରହିଛନ୍ତି । ବୁଧବାର ଅର୍ଥାତ୍ ନଭେମ୍ବର ୯ରେ ଏହି ନିଷ୍ପତ୍ତିଗୁଡିକ ବିଷୟରେ କଥାବାର୍ତ୍ତା କରି ମସ୍କ ଏକ ଟୁଇଟରେ ଘୋଷଣା କରିଛନ୍ତି ଯେ ସୋସିଆଲ ମିଡିଆ କମ୍ପାନୀ ଆସନ୍ତା ମାସରେ ଟ୍ରାୟଲ-ଆଣ୍ଡ-ଏରର ଆଧାରରେ ବହୁତ କିଛି ମୁର୍ଖତାପୂର୍ଣ୍ଣ କାର୍ଯ୍ୟ କରିବ ।
ତେବେ ଟୁଇଟର କ୍ରୟ କରିବା ପରେ ଏଥିରୁ କର୍ମଚାରୀଙ୍କୁ ଛଟେଇ କରିବାକୁ ନେଇ ଟୁଇଟରରେ ଲୋକେ ସେମାନଙ୍କ ଅସନ୍ତୋଷ ପକାଶ କରିଥିଲେ । ହେଲେ ଏହାକୁ ନେଇ ମସ୍କ ସଫେଇ ଦେଇଥିଲେ କି ଏମିତି କରିବାର ଆବଶ୍ୟକତା ଥିଲା ।

Share