ଜରୁରୀ ନୁହେଁ ଲୋକେ ମୋର ସମସ୍ତ ଟୁଇଟ ଉପରେ ଭରସା କରିବେ: ମସ୍କ

ୱାଶିଂଟନ,୨୨ ।୧: ଅରବପତି ଉଦ୍ଦ୍ୟୋଗପତି ଏଲନ ମସ୍କଙ୍କ ବିରୋଧରେ ଟେଲସା ଟୁଇଟ ବିବାଦ ମାମଲାର ଶୁଣାଣି ଆରମ୍ଭ ହୋଇସାରିଛି । ସାନ ଫ୍ରାନସିସକୋରେ ଜୁରୀଙ୍କ ସମ୍ମୁଖରେ ମସ୍କ କହିଛନ୍ତି, ସେ ମାନିବାକୁ ପ୍ରସ୍ତୁତ ନୁହେଁ ଯେ ତାଙ୍କ ଟୁଇଟ ଯୋଗୁ ଟେଲସାର ଷ୍ଟକ୍ସ ପ୍ରଭାବିତ ହେବ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି , ମୁଁ କିଛିବି ଟୁଇଟ କରେ , ଜରୁରୀ ନୁହେଁ ଯେ ଲୋକ ତାଙ୍କର ସବୁ କଥା ଉପରେ ଭରସା କରିବେ ।
ମସ୍କଙ୍କ ବିରୋଧରେ ଅଭିଯୋଗ ରହିଛି କି ସେ ୨୦୧୮ରେ ଟୁଇଟ କରି କହିଥିଲେ କି ସେ ଟେଲସାର ଷ୍ଟକ ୪୨୦ ଡଲାର ଦରରେ କ୍ରୟକରି ଟେଲସାକୁ ସମ୍ପୂର୍ଣ୍ଣ ଭାବେ ନିଜ କମ୍ପାନୀରେ ବଦଳାଇବାରେ ସକ୍ଷମ ହେବେ । ଏହି ଟୁଇଟ ପରେ ଟେଲସାର ଷ୍ଟକରେ ଅଗ୍ରଗତି ହୋଇଥିଲା ।

Share