ଏଲନ ମସ୍କ କହିଲେ ପ୍ରଥମେ ନିଜ ମୁଣ୍ଡରେ ଲଗାଇବେ ନ୍ୟୁରାଲିଙ୍କ ଇନପ୍ଲାଣ୍ଟ, ମେଣ୍ଢା, ଘୁଷୁରୀ, ମାଙ୍କଡ଼ଙ୍କ ଉପରେ ହୋଇଛି ପ୍ରୟୋଗ

ୱାଶିଂଟନ,୩ ।୧୨: ଅରବ ପତି ବ୍ୟବସାୟୀ ଏଲନ ମସ୍କ ଦାବି କରିଛନ୍ତି, ସେ ନିଜେ ସାରା ବିଶ୍ୱକୁ ନ୍ୟୁରାଲିଙ୍କ ଇନପ୍ଲାଣ୍ଟ ଲଗାଇ ଦେଖାଇବେ । ସେ କହିଛନ୍ତି କଏନ ଭଳି ଏହି ଡିଭାଇସ ଖୁବ୍ କମ ସମୟ ମଧ୍ୟରେ ମସ୍ତିଷ୍କର ଏକ ଅଂଶ ପାଲଟିଯିବ ।
ପୂର୍ବରୁ ମସ୍କ ଦାବି କରିଥିଲେ କି ୬ ମାସରେ ଏହାର ମାନବୀୟ ପରୀକ୍ଷଣ ଶେଷ ହୋଇଯିବ ଓ ସର୍ବପ୍ରଥମେ ଦୃଷ୍ଟିବାଧିତ ଓ ପାରାଲିସିସ ରୋଗୀଙ୍କୁ ସାହାଯ୍ୟ କରାଯିବ । ଏହି ସମୟରେ ମସ୍କ କହିଛନ୍ତି ଏବେ ଏହି ଇନପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ମଞ୍ଜୁରୀ ମିଳିବା ପରେ ଏକ ଡାମୋ ଇନପ୍ଲାଣ୍ଟ ସେ ନିଜେ ଲଗାଇବେ । ମସ୍କଙ୍କ ଏହି ବୟାନକୁ ଲେଖକ ତଥା ଖବରତାଦା ଏଶ୍ଲି ୱେନ୍ସ ଟୁଇଟ କରିଛନ୍ତି, ଏହାର ଉତ୍ତରରେ ମସ୍କ କହିଛନ୍ତି ହଁ ମୁଁ ନିଶ୍ଚିତ ଲଗାଇବି ।

Share