ଟୁଇଟର୍‌ ପରେ ଏବେ କୋକା-କୋଲା ଉପରେ ଏଲନ ମସ୍କଙ୍କ ନଜର

ଓ୍ବାଶିଂଟନ୍‌,୨୮।୪: ଆଜିକାଲି ଟେସଲା ସିଇଓ ଏଲନ ମସ୍କ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ କମ୍ପାନୀ ଟୁଇଟର୍‌ କିଣିଛନ୍ତି। ଏବେ ମସ୍କ କୋକା-କୋଲା କିଣିବା ନେଇ ଟୁଇଟ୍‌ କରିଛନ୍ତି। ଏହି ଟୁଇଟ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଗୁରୁବାର ସକାଳେ ଏଲନ ମସ୍କ ଟୁଇଟ୍‌ କରି କହିଛନ୍ତି, ଏବେ ମୁଁ କୋକେନ୍‌ ରଖିବା ପାଇଁ କୋକା-କୋଲା କିଣୁଛି। ଏଲନ ମସ୍କଙ୍କ ଏହି ଟୁଇଟ୍‌କୁ ଅଧ ଘଣ୍ଟାରେ ୭ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିବାବେଳେ ହଜାର ହଜାର ଲୋକ ଏହା ଉପରେ କମେଣ୍ଟ୍‌ ଦେଇଛନ୍ତି।
ସୂଚନାନୁସାରେ, ମସ୍କ ଟୁଇଟର୍‌କୁ ୪୪ ବିଲିୟନ ଡଲାରରେ କିଣିଛନ୍ତି। କିଛି ଦିନ ପୂର୍ବରୁ ଟୁଇଟରରେ ୯ ପ୍ରତିଶତ ଅଂଶଧନ କିଣିଥିଲେ। କିନ୍ତୁ ପରେ ସେ ଟୁଇଟରରେ ୧୦୦% ଅଂଶଧନ ହାସଲ କରିଛନ୍ତି।

Share