ଟୁଇଟର୍‌ ‘ବ୍ଲୁ ଟିକ୍‌ ସ୍କିମ୍‌’ ଉପରେ ଲାଗିଲା ରୋକ

ନ୍ୟୁୟର୍କ,୨୨।୧୧: ଟୁଇଟରର ନୂତନ ମାଲିକ ଏଲନ ମସ୍କ ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟୁଇଟରରେ ବ୍ଲୁ ଭେରିଫାଏଡ ରିଲଞ୍ଚ୍‌ ଉପରେ ଅସ୍ଥାୟୀ ରୋକ ଲଗାଯାଇଛି। ଏନେଇ ମସ୍କ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଟୁଇଟରରେ ଫେକ ଆକାଉଣ୍ଟ ସମସ୍ୟା ସମାଧାନ ନ ହେବା ଯାଏ ବ୍ଲୁ ଟିକ ସ୍କିମ ବିକ୍ରି ହେବା ବନ୍ଦ ରହିବ। ବର୍ତ୍ତମାନ ବ୍ୟକ୍ତିବିଶେଷ ଏବଂ କମ୍ପାନୀ କିମ୍ବା ଅନୁଷ୍ଠାନ ପାଇଁ ଭିନ୍ନ ରଙ୍ଗର ‘ଟିକ’ ରହିବ ବୋଲି ମସ୍କ କହିଛନ୍ତି।
ମସ୍କଙ୍କ ବ୍ଲୁ ଟିକ ଆକାଉଣ୍ଟଗୁଡିକର ପେଡ ସିଷ୍ଟମ ନିଷ୍ପତ୍ତି ସବୁଠାରୁ ବିବାଦୀୟ ବୋଲି ବିବେଚନା କରାଯାଏ। ଅନେକ ନକଲି ଆକାଉଣ୍ଟ ମଧ୍ୟ ବ୍ଲୁ ଭେରିଫାଏଡ ରହିଛି। ଏହି କାରଣରୁ ମସ୍କଙ୍କ ନିଷ୍ପତ୍ତିକୁ ସମାଲୋଚନା କରାଯାଇଥିଲା। ସେଥିପାଇଁ ମସ୍କ ଏହା ଉପରେ ରୋକ ଲଗାଇଛନ୍ତି। ପ୍ରଥମେ ଆକାଉଣ୍ଟଗୁଡିକ ଯାଞ୍ଚ୍‌ ହେବା ପରେ ବ୍ଲୁ ଟିକ ପେଡ୍‌ ସ୍କିମ୍‌ ଲାଗୁ କରାଯିବ।

Share