ଟେସ୍‌ଲାର ୪୪ ଲକ୍ଷ ଶେୟାର ବିକିଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୯।୪: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର୍‌ କିଣିବା ପରେ ଏବେ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଏହା ଅଧୀନରେ ସେ ପୁଣି ଥରେ ନିଜ କମ୍ପାନୀ ଟେସଲାର ଶେୟାର ବିକ୍ରି କରିଛନ୍ତି। ଆମେରିକାର ସିକ୍ୟୁରିଟି ଫାଇଲରୁ ଏହି ସୂଚନା ମିଳିଛି। ଏଥିରେ କୁହାଯାଇଛି ଯେ ମସ୍କ ଟେସଲା ଇଙ୍କ୍‌ର ୪୪ ଲକ୍ଷ ଶେୟାର ବିକ୍ରି କରିଛନ୍ତି ଏବଂ ଏହାର ବିକ୍ରି ୩.୯୯ ଅରବ ଡ଼ଲାରରେ ଅର୍ଥାତ୍‌ ୩୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ମସ୍କ ପୂର୍ବରୁ ମଧ୍ୟ ଅନେକ ଥର ଟେସଲାର ଶେୟାର ବିକ୍ରି କରିଛନ୍ତି। ଏଲନ ମସ୍କଙ୍କ ଟୁଇଟର୍‌ କାରବାର ପାଇଁ ପାଣ୍ଠି ସଂଗ୍ରହ କରିଥିବା କୁହାଯାଇଛି।

 

Share