ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲୋନ ମସ୍କ, ପଛରେ ପଡ଼ିଲେ ଜେଫ୍‌ ବେଜୋସ

ନୂଆଦିଲ୍ଲୀ,୭।୧- ଟେସ୍‌ଲା ମୁଖ୍ୟ ତଥା ବିଲିୟନେୟାର ଉଦ୍ୟୋଗୀ ଏଲୋନ ମସ୍କ ଗୁରୁବାର ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି। ସେ ଆମାଜନ ଡଟ୍‌ କମ୍‌ ଆଇଏନ୍‌ସିର ଜେଫ ବେଜୋସଙ୍କୁ ପଛରେ ପକାଇ ଦେଇଛନ୍ତି। ଟେସ୍‌ଲା ଶେୟାରରେ ଘଟିଥିବା ବୃଦ୍ଧିକୁ ମିଶାଇ ମସ୍କଙ୍କ ସମ୍ପତ୍ତି ଏବେ ୧୮୮. ୫ ବିଲିୟନ ଡଲାରରେ ପହଞ୍ଚିଛି। ଏହା ବେଜୋସଙ୍କ ସମ୍ପତ୍ତିଠାରୁ ୧.୫ ବଲିୟନ ଅଧିକ। ଏ ନେଇ ବ୍ଲୁମବର୍ଗର ବିଶ୍ୱର ବିଲିୟନେୟାର ଇଣ୍ଡେକ୍ସରେ ଦର୍ଶାଯାଇଛି।

୪୯ ବର୍ଷୀୟ ଦକ୍ଷିଣ ଆଫ୍ରିକରେ ଜନ୍ମିତ ଇଞ୍ଜିନିୟରଙ୍କ ନେଟ୍‌ ମୂଲ୍ୟ ଗୁରୁବାର ରାତି ୧୦.୧୫ ସୁଦ୍ଧା ୧୮୮.୫ ବିଲିୟନରେ ପହଞ୍ଚିଛି। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୨୦୧୭ଠାରୁ ବେଜୋସ ଶୀର୍ଷରେ ଥିଲେ। ଦୀର୍ଘ ୩ ବର୍ଷ ପରେ ତାଙ୍କୁ କେହି ପଛରେ ପକାଇ ସକ୍ଷମ ହୋଇଛନ୍ତି।

Share