ନ୍ୟୁୟର୍କ,୨୮।୧୦: ଟେସଲା କମ୍ପାନୀ ମାଲିକ ଏଲନ ମସ୍କ ଟୁଇଟରର ମାଲିକ ହୋଇଛନ୍ତି। ଏଲୋନ ମସ୍କ ନିଜ ଟୁଇଟର୍ ବାୟୋରେ ପ୍ଲାଟଫର୍ମର ମୁଖ୍ୟ ବୋଲି ଉଲ୍ଲେଖ କରିଛନ୍ତି। ଟୁଇଟର୍ର ମାଲିକ ହେବା ପରେ ଆକ୍ସନ ମୋଡ୍ରେ ଅଛନ୍ତି ମସ୍କ। ସେ ଟୁଇଟର୍ ସିଇଓ ପରାଗ ଅଗ୍ରୱାଲଙ୍କ ସମେତ କିଛି ବଡ ଅଧିକାରୀଙ୍କୁ ପଦରୁ ହଟାଇ ଦେଇଛନ୍ତି।
ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଇଓ ପାରଗ ଅଗ୍ରୱାଲଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ସାନ ଫ୍ରାନ୍ସିସ୍କୋ ମୁଖ୍ୟାଳୟରୁ ବରଖାସ୍ତ କରାଯାଇଛି। ଏହି ଅଧିକାରୀମାନଙ୍କ ମଧ୍ୟରେ ସିଏଫ୍ଓ ନେଡ ସେଗାଲ ମଧ୍ୟ ସାମିଲ ଅଛନ୍ତି।
ଏପ୍ରିଲ ୧୩ରେ, ମସ୍କ ଟୁଇଟର୍ କ୍ରୟ ଘୋଷଣା କରିଥିଲେ। ସେ ଏହି ପ୍ଲାଟଫର୍ମକୁ ୪୪ ବିଲିୟନ ଡଲାରରେ ଶେୟାର ପିଛା ୫୪.୨ ଡଲାରରେ କିଣିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ସେହି ସମୟ ମଧ୍ୟରେ ତାଙ୍କ ଚୁକ୍ତି ବନ୍ଦ ହୋଇଯାଇଥିଲା। କିନ୍ତୁ ଚଳିତ ମାସ ଆରମ୍ଭରେ ସେ ଏହି ଡିଲ ପୁଣି ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନେଇଥିଲେ।
Twitter CEO Parag Agrawal and chief financial officer Ned Segal ‘have left the company’s San Francisco headquarters and will not be returning’, reports US media
— ANI (@ANI) October 28, 2022