ବ୍ରାଣ୍ଡସକୁ ଜବାବ ଦେଲେ ମସ୍କ, ଏକ୍ସ ଉପରେ ହଜାରେ ଡଲାର ମାସକୁ ଦିନ ନାହିଁତ ଗୋଲ୍ଡ ଟିକ ଭୁଲି ଯାଅ

ଓ୍ବାଶିଂଟନ,୨୭।୭: ଟୁଇଟରରେ ଏକେ କୌଣସି ବ୍ରାଣ୍ଡକୁ ନିଜ ଆକାଉଣ୍ଟ ଉପରେ ଗୋଲ୍ଡ ଟିକ ପାଇଁ ଅତିକମରେ ୧୦୦୦ ଡଲାର ମନ୍ଥଲି ଫିଜ ଦେବାକୁ ପଡିବ। ଏଲନ ମସ୍କଙ୍କ ଲିଡରଶିପ ବାଲା ଟୁଇଟର ସ୍ପଷ୍ଟ କରିଛି ଯେ ଯଦି ବ୍ରାଣ୍ଡ ପ୍ରତି ମାସରେ ଏତିକି ସବସ୍କ୍ରିପଶନ ବ୍ରାଣ୍ଡସ ନ ଦେବେ ତେବେ ସେମାନଙ୍କୁ ଗୋଲ୍ଟ ଟିକକୁ ଭୁଲିଯିବାକୁ ପଡିବ। ଦ ଭର୍ଜର ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୭ରୁ ଯେଉଁ ବିଜ୍ଞାପନ ଦାତାମାନେ ନିଶ୍ଚିତ ଖର୍ଚ୍ଚ ଲିମିଟ ପୁରଣ ନ କରିବେ, ସେମାନେ ନିଜର ଅଫିସିୟାଲ ବ୍ରାଣ୍ଡ ଆକାଉଣ୍ଟ ଭେରିଫିକେଶନ ହରାଇ ଦେବେ। ଆଇଏଏନଏସର ଖବର ଅନୁଯାୟୀ, ଖବର ସର୍ବ ପ୍ରଥମେ ଓ୍ବାଲ ଷ୍ଟ୍ରିଟ ଜର୍ନାଲ ପ୍ରକାଶ କରିଥିଲା।

ଖବର ଅନୁଯାୟୀ, ଖବର ସର୍ବ ପ୍ରଥମେ ଓ୍ବାଲ ଷ୍ଟ୍ରିଟ ଜର୍ନାଲ ପ୍ରକାଶ କରିଥିଲା।
ରିପୋର୍ଟ ଅନୁଯାୟୀ, ଗୋଲ୍ଡ ଚେକମାର୍କକୁ ବଜାୟ ରଖିବା ପାଇଁ ବ୍ରାଣ୍ଡଗୁଡିକ ଗତ ୩୦ ଦିନ ମଧ୍ୟରେ ବିଜ୍ଞାପନରେ ଅତି କମରେ ୧୦୦୦ ଡଲାର କିମ୍ବା ଗତ ୧୮୦ ଦିନରେ ୬,୦୦୦ ଡଲାର ଖର୍ଚ୍ଚ କରିଥିବା ଆବଶ୍ୟକ ଯାହା ଆକାଉଣ୍ଟ ଏକ ଯାଞ୍ଚ ହୋଇଥିବା ବ୍ରାଣ୍ଡରୁ ଆସିଛି। ମସ୍କ କହିଛନ୍ତି ଯେ ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଆକାଉଣ୍ଟ ସୃଷ୍ଟି କରୁଥିବା ସ୍କାମରଙ୍କ ସଂଖ୍ୟା ହ୍ରାସ କରିବାରେ ସାହାଯ୍ୟ କରିବା ପାଇଁ ଏକ ସାମାନ୍ୟ ଅଧିକ ଫି ପ୍ରୟୋଗ କରିବା ଏକ ପଦକ୍ଷେପ।

Share