କର୍ମଚାରୀଙ୍କୁ ଧମକ ଦେଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୧୧।୧୨:ଟୁଇଟରର ଗୋପନୀୟ ତଥ୍ୟକୁ ମିଡିଆ ସାମ୍ନାରେ ପ୍ରଘଟ ନ କରିବା ପାଇଁ ଟୁଇଟର ମାଲିକ ଏଲନ ମସ୍କ କର୍ମଚାରୀଙ୍କୁ ଧମକ ଦେଇଛନ୍ତି। ମସ୍କ ଟୁଇଟର୍‌ କାର୍ଯ୍ୟାଳୟରେ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଟୁଇଟର ଏମ୍ପ୍ଲଇମାନେ କମ୍ପାନୀର ଗୁପ୍ତ ତଥ୍ୟ ପ୍ରଘଟ ନ କରିବା ସକାଶେ ଏକ ଗୁପ୍ତ ରାଜିନାମା(ଏନ୍‌ଡିଏ)ରେ ସ୍ବାକ୍ଷର କରିବେ। ଯଦି କୌଣସି କର୍ମଚାରୀ ଏହି ନିୟମର ପାଳନ ନ କରନ୍ତି ତେବେ ତାଙ୍କ ବିରୋଧରେ ଗୁପ୍ତ ରାଜିନାମା ଉଲଂଘନ କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମସ୍କ କହିଛନ୍ତି।
ବିଶ୍ୱର ସବୁଠୁ ଧନୀ ଏଲନ ମସ୍କ ଟୁଇଟର କିଣିବା ପରେ ଏଥିରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ସେ ଟୁଇଟର୍‌ କିଣିବା ପରଠାରୁ ଅନେକ କର୍ମଚାରୀଙ୍କ ବିଦାୟ ରାସ୍ତା ମଧ୍ୟ ଦେଖାଇଛନ୍ତି।

Share