ଟୁଇଟର ପଲିସିରେ ହୋଇନାହିଁ କୌଣସି ପରିବର୍ତ୍ତନ, ଟୁଇଟ କରି ନିଜେ ସୂଚନା ଦେଲେ ମସ୍କ

ୱାଶିଂଟନ,୨୯ ।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଉପରେ ଏବେ ଟେଲସାର ସିଇଓ ଏଲନ ମସ୍କଙ୍କ୍‌ର ମାଲିକାନା ଆସିଯାଇଛି । ଏହି ସଫଳତା ପରେ ଏଲନ ମସ୍କଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ତାଲିକାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ନାମ ବି ସାମିଲ ହୋଇଛି । ଟ୍ରମ୍ଫ ମସ୍କଙ୍କୁ ଶୁଭେଚ୍ଛା ଜଣାଇବା ପରେ ଅନୁମାନ କରାଯାଉଥିଲା କି ପୁଣିଥରେ ଟ୍ରମ୍ଫଙ୍କ ଟୁଇଟର ଆକାଉଣ୍ଟ ଆକ୍ଟିଭ ହେବ । ହେଲେ ଏବେ ଏହାକୁ ନେଇ ମସ୍କ ସ୍ପଷ୍ଟ କରିଛନ୍ତି । ଏମିତିବି ଶୁଣାଯାଉଥିଲା କି ମସ୍କ ଟୁଇଟର ନେବା ପରେ ଏହାର ପଲିସିରେ କିଛି ପରିବର୍ତ୍ତନ କରାଯିବ । ହେଲେ ମସ୍କ ଟୁଇଟ କରି ସ୍ପଷ୍ଟ କରିଛନ୍ତି ଯେ ଟୁଇଟର ପଲିସିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

Share