ମସ୍କଙ୍କ ଟୁଇଟକୁ ନେଇ ଚର୍ଚ୍ଚା

ୱାଶିଂଟନ,୯ ।୫: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର କ୍ରୟ କରିବା ପରେ ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ । ଏବେ ତାଙ୍କର ଏକ ନୂଆ ଟୁଇଟ୍ ଚର୍ଚ୍ଚାକୁ ଆସିଛି । ଉକ୍ତ ଟୁଇଟରେ ସେ ‘ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ’ କଥା କହିଛନ୍ତି । ତାଙ୍କର ଏହି ଟୁଇଟ ଉପରେ ଲୋକେ ଲଗାତର କମେଣ୍ଟ କରି ଚାଲିଛନ୍ତି ।
ମସ୍କ ତାଙ୍କ ଟୁଇଟରେ ଲେଖିଛନ୍ତି, ଯଦି ସନ୍ଦିଗ୍ଧ ଫପରିସ୍ଥିତିରେ ମୋର ମୃତ୍ୟୁ ହେଲା ତେବେ ଏହା ନାଇସ ନୋଇନ ୟା ହେବ । ମସ୍କଙ୍କ ଏହି ଟୁଇଟ ସିଧାଭାବେ କେହି ବୁଝି ପାରିଲେ ନାହିଁ । ହେଲେ ଅନୁମାନ କରାଯାଉଛି କି ଏଥିରେ ମସ୍କ ‘ନାଇସ ନୋଇନ ୟା’ ଗୀତ କଥା କହିଛନ୍ତି । ଏହାର ଅର୍ଥ ମସ୍କ ଲେଖିଛନ୍ତି, ଏହା ଟ୍ୱଣ୍ଟି୨ ନାମକ ବ୍ୟାଣ୍ଡର ଗୀତ । ଯାହା ୨୦୧୮ରେ ରିଲିଜ ହୋଇଥିଲା ।
ମସ୍କଙ୍କ ଏହି ଟୁଇଟ ଟାଇମ ଲାଇନରେ ଆସିବା ପରେ ଗୋଟିଏ ଘଣ୍ଟା ଭିତରେ ଭାଇରାଲ ହୋଇଯାଇଥିଲା । ଟୁଇଟକୁ ୩୦ହଜାରରୁ ଅଧିକ ଲୋକେ ରିଟୁଇଟ୍ କରି ସାରିଛନ୍ତି ।

Share