ଟୁଇଟ୍‌ ଦେଖି ରାଗିଗଲେ ଏଲନ ମସ୍କଙ୍କ ମା’

କାଲିଫର୍ଣ୍ଣିଆ,୯।୫: ଟେସଲା କମ୍ପାନୀର ସିଇଓ ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସୋମବାର ସେ ମୃତ୍ୟୁ ସମ୍ପର୍କରେ ଏକ ଟୁଇଟ କରିଛନ୍ତି। ଯାହାକୁ ନେଇ ସାରା ବିଶ୍ୱରେ ଖୁବ୍‌ ଆଲୋଚନା ହେଉଛି। ତାଙ୍କ ମା’ ମାୟେ ମସ୍କ ଏହି ଟୁଇଟ୍‌କୁ ଆଦୌ ପସନ୍ଦ କରିନାହାନ୍ତି।
ଏଲନ ମସ୍କ ଟୁଇଟ୍‌ କରି କହିଛନ୍ତି, ଯଦି ମୁଁ ରହସ୍ୟମୟ ପରିସ୍ଥିତିରେ ମରିଯାଏ, ତେବେ ଏହା ଭଲ ହେବ। ତାଙ୍କ ଟୁଇଟ୍‌ର ଜବାବ ଦେଇ ମାୟେ କହିଛନ୍ତି, ଏଭଳି ପରିହାସ ଭଲ ନୁହେଁ। ମା’ଙ୍କ ମନ ଦୁଃଖ ହେବା ଜାଣି ମସ୍କ କହିଛନ୍ତି, ଦୁଃଖିତ! ଜୀବିତ ରହିବାକୁ ମୁଁ ଚେଷ୍ଟା କରିବି।
ନିକଟରେ ୪୪ ବିଲିୟନ ଡଲାରରେ ଟୁଇଟର୍‌ କିଣିଥିବା ମସ୍କ ମୃତ୍ୟୁ ବିଷୟରେ ଟୁଇଟ୍‌ କରିବା ଏହା ପ୍ରଥମ ଘଟଣା ନୁହେଁ, ଚଳିତ ବର୍ଷ ମାର୍ଚ୍ଚରେ ସେ ଟୁଇଟ ଯୋଗେ କହିଥିଲେ, ମୃତ୍ୟୁ ତାଙ୍କ ପାଇଁ ଏକ ଆରାମ ହେବ।

Share