ଏଲନ ମସ୍କଙ୍କ ପ୍ରୟାସ ବିଫଳ: ଲଞ୍ଚ୍‌ ହେଉହେଉ ନଷ୍ଟ ହେଲା ରକେଟ୍‌

ନ୍ୟୁୟର୍କ,୧୮ା୧୧: ସ୍ପେସଏକ୍ସର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ଷ୍ଟାରଶିପ୍‌ ଲଞ୍ଚ ହେବା ପରେ ନଷ୍ଟ ହୋଇଯାଇଛି। ଫଳରେ ଏଲନ ମସ୍କଙ୍କ ମିଶନ ଦ୍ୱିତୀୟ ଥର ପାଇଁ ବିଫଳ ହୋଇଛି। ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଶନିବାର ପୁଣି ଥରେ ଏହାର ମେଗା ରକେଟ ଷ୍ଟାର୍‌ଶିପ୍‌ ଲଞ୍ଚ କରିଥିଲେ ହେଁ ଏହି ପ୍ରୟାସ ବିଫଳ ହୋଇଛି।

ସୂଚନାନୁଯାୟୀ, ବୁଷ୍ଟର୍‌ ସହିତ ଯୋଗାଯୋଗ ଏବଂ ପରୀକ୍ଷଣର କିଛି ମିନିଟ୍‌ ପରେ ମହାକାଶଯାନ ନଷ୍ଟ ହୋଇଗଲା। ଏଜେନ୍ସି ଅନୁଯାୟୀ, ବୁଷ୍ଟର୍‌ ଷ୍ଟାରଶିପ୍‌କୁ ମହାକାଶକୁ ପଠାଇଥିଲା କିନ୍ତୁ ଦକ୍ଷିଣ ଟେକ୍ସାସରୁ ପରୀକ୍ଷଣ ୮ ମିନିଟ୍‌ ପରେ ଯୋଗାଯୋଗ ନଷ୍ଟ ହୋଇଯାଇଥିଲା।

Share