ଏଲନ ମସ୍କଙ୍କ ପିଲାଦିନର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ…

ଓ୍ବାଶିଂଟନ,୯।୭ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ବିଲିୟନେୟାର ଏଲନ ମସ୍କ ହେଡଲାଇନରେ ରହିଆସୁଛନ୍ତି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଙ୍କ ଅନୁଗାମୀ ଏବଂ ସମର୍ଥକମାନଙ୍କୁ ତାଙ୍କ ଜୀବନ, କାର୍ଯ୍ୟ ଏବଂ ବିଭିନ୍ନ କମ୍ପାନୀଗୁଡିକର ଅତ୍ୟାଧୁନିକ ବିକାଶ ବିଷୟରେ ଅପଡେଟ କରୁଛନ୍ତି। ଏହି ସମୟରେ,ଏଲନ ମସ୍କଙ୍କ ପିଲାଦିନର ଏକ ଫଟୋ ମାଇକ୍ରୋବ୍ଲଗିଂ ସାଇଟରେ ଭାଇରାଲ ହୋଇଛି। ଇଣ୍ଟରନେଟରେ ଏହା ବିଷୟରେ ଅଧିକ ଜଣା ପଡି ନାହିଁ। । ଏଲନ ମସ୍କ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ସେ “ପାଗଳ” ଦେଖାଯାଉଛନ୍ତି।

ଏହି ଚିତ୍ରଟି କେ ୧୦ ନାମକ ଜଣେ ୟୁଜରଙ୍କ ଦ୍ୱାରା ଟୁଇଟରରେ ଶେୟାର କରାଯାଇଛି। ବହୁ ପୁରାତନ ସେପିଆ (ଏକ ଲାଲ-ବାଦାମୀ ରଙ୍ଗ ବିଶେଷତଃ ଉନବିଂଶ ଏବଂ ବିଂଶ ଶତାବ୍ଦୀର ମୋନୋକ୍ରୋମ ଫଟୋଗ୍ରାଫରେ ବ୍ୟବହୃତ) ଚିତ୍ରରେ କୋଟିପତିଙ୍କ ଆଖିରେ ଚମକ ସହିତ ହସଥିବାର ଦେଖାଯାଇଛି। ଚିତ୍ରଟି କ୍ଲିକ ହେବାବେଳେ ମସ୍କ ନିଶ୍ଚିତ ଭାବରେ ୭-୧୨ ମାସର ହୋଇଥିବେ ବୋଲି ଜଣାପଡୁଛି।

ଟୁଇଟର ପୋଷ୍ଟର କ୍ୟାପଶନରେ ଲେଖାଥିଲା, ଯେଉଁ ପିଲା କାର ଫାର୍ଟର ଉଦ୍ଭାବକ ହେବାକୁ ଯାଉଛି, ମଙ୍ଗଳ ପାଇଁ ଲକ୍ଷ୍ୟ ରଖିଥାଏ ଏବଂ ସାରା ବିଶ୍ୱରେ ବୈଦ୍ୟୁତିକ କାର ତିଆରି କରେ .. ଏଲନ ବେବି।” ଏହାର ଜବାବ ଦେଇ ମସ୍କ ରିଟୁଇଟ କରି କହିଛନ୍ତି, ମୁଁ ପାଗଳ ପରି ଦେଖାଯାଉଛି ହାହାହା ି।

ଶେୟାର ହେବା ପରଠାରୁ ଏହି ପୋଷ୍ଟକୁ ୧୫ ଲକ୍ଷ ଥର ଦେଖାଯାଇଛି ଏବଂ ସାତ ହଜାରରୁ ଅଧିକ ଲାଇକ ମିଳିଛି। ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, “ନା !!! ବହୁତ ସୁନ୍ଦର !!!” ଅନ୍ୟ ଜଣେ କହିଛନ୍ତି, କିଛି ପରିବର୍ତ୍ତନ ହୋଇନାହିଁ କିନ୍ତୁ ମୁଁ ଏହାକୁ ପସନ୍ଦ କରେ।

ଜଣେ ବ୍ୟକ୍ତି କହିଛନ୍ତି, ଅବଶ୍ୟ ସେ ପାଗଳ ନୁହଁନ୍ତି, ଏହା ଏକ ସୁନ୍ଦର ଚିତ୍ର। ଅନ୍ୟ ଜଣେ କହିଛନ୍ତି, ସେ ଏପରି ଦେଖାଯାଉଥିଲେ କିଏ ଜାଣିଥିଲେ ଦିନେ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେବେ! ଅନ୍ୟ ଜଣେ କହିଛନ୍ତି, “ହାହା। ତୁମେ ଆନନ୍ଦିତ ଦେଖାଯାଉଛ।”

Share