ଏଲନ ମସ୍କଙ୍କ କମ୍ପାନୀ ଟେସଲାର ତଥ୍ୟ ଲିକରେ ୨ ପୂର୍ବତନ କର୍ମଚାରୀଙ୍କ ସମ୍ପୃକ୍ତି, ୭୫ ହଜାରରୁ ଅଧିକ ଲୋକ ହୋଇଥିଲେ ପ୍ରଭାବିତ…

ଓ୍ବାଶିଂଟନ,୨୧।୮ : ଏଲନ ମସ୍କଙ୍କର ମାଲିକାନାରେ ଥିବା କମ୍ପାନୀ ଟେସଲା ଇଙ୍କରେ ମେ ମାସରେ ଡାଟା ଲିକ ଦ୍ୱାରା ୭୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ଏଥିରେ କମ୍ପାନୀର ଅନେକ ସାମ୍ପ୍ରତିକ ଏବଂ ପୂର୍ବତନ କର୍ମଚାରୀ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ। ବର୍ତ୍ତମାନ ଏହା ଜଣାପଡ଼ିଛି କମ୍ପାନୀର କର୍ମଚାରୀମାନେ ଏହି ତଥ୍ୟ ଲିକ କରିଥିଲେ। ଆଟର୍ନି ଜେନେରାଲଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ପ୍ରକାଶ କରି ଏହି ସୂଚନା ଦେଇଛି।

୧୦ ମେ, ୨୦୨୩ ରେ, ଏକ ବିଦେଶୀ ଗଣମାଧ୍ୟମ ଟେସଲାକୁ କହିଥିଲେ ତାଙ୍କ ପାଖରେ ଟେସଲାର ଗୋପନୀୟ ତଥ୍ୟ ଅଛି। ଜଣାପଡିଥିଲା କମ୍ପାନୀର ବହୁ ଉପସ୍ଥିତ ତଥା ପୂର୍ବତନ କର୍ମଚାରୀଙ୍କ ସମେତ ଏହି ଡାଟା ଲିକ ଦ୍ୱାରା ୭୫,୭୩୫ ଲୋକ ପ୍ରଭାବିତ ହୋଇଥିଲେ। ଅନୁସନ୍ଧାନରୁ ଜଣାପଡିଛି କମ୍ପାନୀର ଦୁଇଜଣ ପୂର୍ବତନ କର୍ମଚାରୀ ଏହି ତଥ୍ୟ ଲିକ କରି ଗଣମାଧ୍ୟମ ସହ ଶେୟାର କରି ଟେସଲାର ଆଇଟି ସୁରକ୍ଷା ଏବଂ ଡାଟା ସୁରକ୍ଷାକୁ ଉଲ୍ଲଂଘନ କରିଥିଲେ।

ଏହି ମାମଲାରେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଟେସଲା ମକଦ୍ଦମା ଦାୟର କରିଛି। ତେବେ ଏ ବିଷୟରେ ଅଧିକ ସୂଚନା ଦିଆଯାଇ ନାହିଁ। ପୋଲିସ ଅଭିଯୁକ୍ତଙ୍କ ଇଲେକ୍ଟ୍ରୋନିକ ଉପକରଣ ଜବତ କରିଛି। ଟେସଲା କୋର୍ଟରୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ବର୍ତ୍ତମାନ କମ୍ପାନୀର ପୂର୍ବତନ କର୍ମଚାରୀଙ୍କ ତଥ୍ୟ ଭଙ୍ଗ ହୋଇପାରିବ ନାହିଁ। ଏହାକୁ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟେସଲାର ଡାଟା ଗୋପନୀୟତା ଅଧିକାରୀ ଏହି ଘଟଣାର ପ୍ରତିକ୍ରିୟା ଦେଇନାହାନ୍ତି।

Share