ଏଲନ ମସ୍କଙ୍କ ବଢ଼ିଲା ସମସ୍ୟା: ଟୁଇଟର ସୋର୍ସ କୋଡ ଅନଲାଇନରେ ଲିକ୍‌…

ଓ୍ବାଶିଂଟନ,୨୭।୩ : ଏଲନ ମସ୍କଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ଟୁଇଟର ସୋର୍ସ କୋଡ ଅନଲାଇନରେ ଲିକ ହୋଇଛି। ସୋର୍ସ କୋଡ ହେଉଛି ମୌଳିକ କମ୍ପ୍ୟୁଟର କୋଡ ଯାହା ଉପରେ ସମଗ୍ର ଟୁଇଟର ସୋସିଆଲ ନେଟୱାର୍କ କାମ କରେ । ଏହାର ଲିକ ଯୋଗୁ ଟୁଇଟରର ସମ୍ପୂର୍ଣ୍ଣ ନେଟୱାର୍କ ପ୍ରଭାବିତ ହୋଇପାରେ।

ଟୁଇଟର ପକ୍ଷରୁ ଏହି ବିଷୟରେ ଏକ ଅଭିଯୋଗ ଦାଖଲ କରାଯାଇଛି। କାଲିଫର୍ନିଆର ଜିଲା କୋର୍ଟରେ ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ ସଫ୍ଟୱେୟାର ବିକାଶ ପାଇଁ ଇଣ୍ଟରନେଟ ହୋଷ୍ଟିଂ ସେବା ଗିଥ ହବ ଏହାର ସୋର୍ସ କୋଡ ଡିଲିଟ କରିବାକୁ କହିଛି।

ଟୁଇଟର ଅଭିଯୋଗ ପରେ ଗିଥ ହବ ଏହାର ସୋର୍ସ କୋଡ ବିଲୋପ କରିଛି। ଟୁଇଟର କର୍ତ୍ତୃପକ୍ଷଙ୍କ ଅନୁମୋଦନ ବିନା ଗିଥ ହବରେ ସେମାନଙ୍କର ସୋର୍ସ କୋଡ ପୋଷ୍ଟ କରିଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଟୁଇଟର ମଧ୍ୟ ଏହି ମାମଲାରେ କୋର୍ଟରେ ଆବେଦନ କରିଛି। ଏହା ଯୋଗୁ ଏଲନ ମସ୍କଙ୍କର ସମସ୍ୟା ପୁଣି ବଢ଼ିପାରେ ବୋଲି କୁହାଯାଉଛି। ଟୁଇଟର ଏହାର ଅଭିଯୋଗରେ କହିଛି ଯେ ଏହା ସେମାନଙ୍କର କପିରାଇଟ ଉଲ୍ଲଂଘନ କରିଛି।

Share