ଟେକ୍ସାସରେ ପୁଅକୁ ଦେଖା କରିବାକୁ ଯାଇ ଗ୍ୟାରେଜରେ ଶୋଇଥିଲେ ଏଲନ ମସ୍କଙ୍କ ମାଆ

ଟେକ୍ସାସ,୨୯ ।୮: ଏଲନ ମସ୍କ । ବିଶ୍ୱର ଏକ ପରିଚିତ ନାମ । ଏହି ବିଲିୟନେୟାର ବିଜନେସ ମ୍ୟାନ ନିକଟରେ ଟୁଇଟର ଡିଲକୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଏବେ ଆମେରିକାର ଟେକ୍ସାସରେ ଏଲନ ମସ୍କଙ୍କୁ ଭେଟିବାକୁ ଯାଇଥିବା ତାଙ୍କ ମାଆ ମାୟେ ମସ୍କ ତାଙ୍କର ଅସ୍ୱାଭାବିକ ଶୋଇବାର ବ୍ୟବସ୍ଥା ସମ୍ପର୍କରେ ପ୍ରକାଶ କରିଛନ୍ତି । ନିକଟରେ ବ୍ରିଟେନର ଦି ସନଡେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରେ ଏଲନ ମସ୍କଙ୍କ ମାଆ ତଥା ୭୪ ବର୍ଷୀୟା ମଡେଲ ମାୟେ ମସ୍କ ପୁଅ ସହ ଥିବା ସମ୍ପର୍କକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି ।
ମାୟେ କହିଛନ୍ତି ଯଦିଓ ତାଙ୍କ ପୁଅ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେଲେ କୌଣସି ସମ୍ପତ୍ତି ଉପରେ ତାଙ୍କର ଆଦୌ ଆଗ୍ରହ ନାହିଁ । ମାୟେ କହିଥିଲେ ଯେତେବେଳେ ସେ ଟେକ୍ସାସରେ ଟେକ ମ୍ୟାଗ୍ନେଟ ପରିବଦର୍ଶନ କରିବାକୁ ଯାଆନ୍ତି, ଯେଉଁଠାରେ ସ୍ପେସ୍ ଏକ୍ସର ମୁଖ୍ୟାଳୟ ରହିଛି ସେଠାରେ ତାଙ୍କୁ ଗ୍ୟାରେଜରେ ଶୋଇବାକୁ ପଡିଥାଏ । କାରଣ ରକେଟ୍ ସାଇଟ୍ ନିକଟରେ ତୁମେ ଏକ ଫ୍ୟାନ୍ସି ଘର ତିଆରି କରିପାରିବନାହିଁ ।
ଏହା ପୂର୍ବରୁ ଏଲନ ମସ୍କ କହିଥିଲେ ତାଙ୍କର ନିଜର କୌଣସି ଘର ନାହିଁ । ସେ ବନ୍ଧୁଙ୍କ ପାଖରେ ରହୁଛନ୍ତି । ୨୦୨୦ରେ ସେ ତାଙ୍କର ସମସ୍ତ ସମ୍ପତ୍ତି ବିକ୍ରି କରିବା ଇଚ୍ଛା ପ୍ରକାଶ କରିବା ସମୟରେ ଏକଥା ଜଣାପଡିଥିଲା ।
ମସ୍କ କହିଥିଲେ ସେ କୌଣସି ଘରର ମାଲିକ ହେବାକୁ ଚାହାନ୍ତି ନାହିଁ । ତାଙ୍କର ନଗଦ ଟଙ୍କା ଦରକାର ନାହିଁ । ସମ୍ପତ୍ତି କେବଳ ତୁମକୁ ଓଜନ କରେ ବୋଲି ମସ୍କ କହିଥିଲେ । ପରେ ସ୍ପେସ ଏକ୍ସ ସିଇଓ କହିଥିଲେ ତାଙ୍କର ପ୍ରାଥମିକ ବାସସ୍ଥାନ ହେଉଛି ସ୍ପେସ ଏକ୍ସର ଭାଡା, ଯାହାର ମୂଲ୍ୟ ୫୦,୦୦୦ଡଲାର ।
ମାୟେ ମସ୍କ କହିଛନ୍ତି ପୁଅଙ୍କ ପରି ତାଙ୍କର ମଙ୍ଗଳ ଗ୍ରହକୁ ଯିବାକୁ ସେମିତି କିଛି ଆଗ୍ରହ ନାହିଁ । ଆପଣଙ୍କୁ ୬ ମାସର ପ୍ରସ୍ତୁତି ଏବଂ ଅଲଗା ରହିବା ଆବଶ୍ୟକ ଏହା ମୋତେ ଆକର୍ଷିତ କରେ ନାହିଁ ବୋଲି ମସ୍କଙ୍କ ମାଆ କହିଛନ୍ତି । ତେବେ ପିଲାମାନେ ଯଦି ଚାହିଁବେ ମୁଁ ଏହା କରେ ତେବେ ମୁଁ କରିବି ବୋଲି ମାୟେ ମସ୍କ ପ୍ରକାଶ କରିଛନ୍ତି ।

Share