ନୂଆଦିଲ୍ଲୀ,୨।୧୧: ଆଗାମୀ ଦିନରେ ବିମାନଗୁଡ଼ିକରେ ଷ୍ଟାର୍ଲିଙ୍କ୍ ବ୍ରଡ୍ବ୍ୟାଣ୍ଡ୍ ସୁବିଧା ଉପଲବ୍ଧ ହେବ। ଏ ନେଇ ବିମାନ କମ୍ପାନୀଗୁଡ଼ିକ ସହ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି ବିଲିୟନେୟାର ଉଦ୍ୟୋଗୀ ଏଲନ ମସ୍କ।
ରକେଟ କମ୍ପାନୀ ସ୍ପେସ୍ ଏକ୍ସ ପକ୍ଷରୁ ଷ୍ଟାର୍ଲିଙ୍କ୍ ହେଉଛି ସାଟେଲାଇଟ ଭିତ୍ତିକ ବ୍ରଡ୍ବ୍ୟାଣ୍ଡ୍ ସେବା। କେଉଁ ବିମାନ କମ୍ପାନୀଗୁଡ଼ିକ ସହ ଆଲୋଚନା ହେଉଛି ସେ ନେଇ ମସ୍କ କିଛି ସ୍ପଷ୍ଟ କରିନାହାନ୍ତି। ସ୍ପେସ୍ ଏକ୍ସ ୧୨ ହଜାର ସାଟେଲାଇଟ ଦ୍ୱାରା ଏଭଳି ସୁବିଧା ଯୋଗାଇ ଦେବ ବୋଲି କୁହାଯାଉଛି। ଏଥିଲାଗି କମ୍ପାନୀ ୧୦ ବିଲିୟନ ଡଲାର ନିବେଶ କରିବାକୁ ଲକ୍ଷ୍ୟ ରଖିଛି। ଏଭଳି କ୍ଷେତ୍ରରେ ସେବା ଯୋଗାଣ ଲାଗି ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ପ୍ରବେଶ କରୁଛନ୍ତି। ଏସବୁ କମ୍ପାନୀଗୁଡ଼ିକ ମଧ୍ୟରେ ଆମାଜନ ଡଟ୍ କମ୍ର କ୍ୱିପର, ବ୍ରିଟେନର ଓ୍ବାନ୍ଓ୍ବେବ୍, ଭେଞ୍ଚର କ୍ୟାପିଟାଲ ସହଯୋଗ ହାସଲ କରିଥିବା କମ୍ପାନୀ ପ୍ଲାନେଟ ଏବଂ ରେଥେୟନ ଟେକ୍ନୋଲୋଜି କର୍ପୋରେଶନର ବ୍ଲୁ କାନୟନ ଟେକ୍ନୋଲୋଜି ସାମିଲ ରହିଛି।