ଆତଙ୍କବାଦୀଙ୍କୁ ଏକ୍ସରେ ପ୍ରିମିୟମ ସର୍ଭିସ ଦେଇଛନ୍ତି ଏଲନ ମସ୍କ, ରିପୋର୍ଟରେ ଖୁଲାସା

ଓ୍ବାଶିଂଟନ୍‌,୧୬।୨: ଦୁନିଆର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରକୁ ଟେସଲା କମ୍ପାନୀର ମାଲିକ ଏଲନ ମସ୍କ କିଣିଛନ୍ତି। କମ୍ପାନୀ କିଣିବା ପରେ ମସ୍କ ଏହାକୁ ଟ୍ବିଟରରୁ ନାମ ପରିବର୍ତ୍ତନ କରି ଏକ୍ସ କରିଛନ୍ତି। ଗତବର୍ଷ ଏଲନ ମସ୍କ ଟ୍ବିଟରକୁ କିଣିବା ପରେ ଏକ ନୂଆ ଘୋଷଣା କରିଥିଲେ। ଘୋଷଣା ଅନୁଯାୟୀ, କେବଳ ମାସିକ ଶୁଳ୍କ ଦେଉଥିବା ଆକାଉଣ୍ଟଙ୍କୁ ଭେରିଫିକେଶନ କରିବା ସହ ବ୍ଲୁ ଟିକ୍‌ ଦିଆଯିବ। ଏସବୁ ଭେରିଫାଇଡ ଆକାଉଣ୍ଟ ହେବ। କିନ୍ତୁ ଟେକ ଟ୍ରାନ୍ସପେରେନି୍ସ ପ୍ରୋଜେକ୍ଟ (ଟିଟିପି) ଦ୍ୱାରା ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଆଶ୍ଚର୍ଯ୍ୟଜନକ ରିପୋର୍ଟର ଖୁଲାସା ହୋଇଛି। ଏଥିରୁ ଜଣାପଡିଛି ଯେ, କିଛି ଆତଙ୍କବାଦୀ ଗୋଷ୍ଠୀଙ୍କୁ ଏକ୍ସ ନିଜ ପ୍ଲାଟଫର୍ମରେ ପ୍ରିମିୟମ ସବ୍‌କ୍ରିପଶନ ପ୍ରଦାନ କରିଛି।

ଏହି ରିପୋର୍ଟରେ ଆମେରିକା ଦ୍ୱାରା ସୀକୃତି ପାଖାପାଖି ଏକ ଡଜନରୁ ଅଧିକ ଆତଙ୍କବାଦୀଙ୍କ ଆକାଉଣ୍ଟ ଏକ୍ସରେ ଚିହ୍ନଟ ହୋଇଛି, ଯେଉଁଥିରେ ବ୍ଲୁ ଟିକ୍‌ ମଧ୍ୟ ରହିଛି। କହିରଖୁଛୁ କି, ଏକ୍ସର ନିୟମ ଅନୁସାରେ ଏବେ ୟୁଜରଙ୍କୁ ବ୍ଲୁ ଟିକ୍‌ ପାଇବା ପାଇଁ ପେଡ ପ୍ରମିୟମ ସର୍ଭିସ କିଣିବାକୁ ପଡୁଛି। କିନ୍ତୁ ରିପୋର୍ଟ ଅନୁଯାୟୀ ୨୮ଟି ଏକ୍ସ ଆକାଉଣ୍ଟକୁ ପ୍ରିମିୟମ ସର୍ଭିସ ଦିଆଯାଇଛି। ଯେଉଁମାନଙ୍କୁ ଆମେରିକା ସରକାର, ଜାତୀୟ ସୁରକ୍ଷା ଓ ଦେଶ ଲାଗି ବିପଦ ବୋଲି ଘୋଷଣା କରିଛନ୍ତି। ହିଜବୁଲ୍ଲାର ୨ ନେତା, ୟେମେନର ହୁତୀ ଓ ଇରାନ-ଋଷିଆର ସରକାରୀ ସଞ୍ଚାଳିତ ମିଡିଆ ଆକାଉଣ୍ଟ ମଧ୍ୟ ଏକ୍ସରେ ରହିଛି।
ଏହି ସବୁ ଆକାଉଣ୍ଟ ମଧ୍ୟରୁ ଏପରି ୧୮ଟି ଆକାଉଣ୍ଟ ରହିଛି ଯେଉଁଗୁୁଡିକ ଗତବର୍ଷ ଏପ୍ରିଲରେ ଏକ୍ସର ପ୍ରିମିୟମ ସର୍ଭିସ ନେଇଥିଲେ । ପରେ ଏହି ସବୁ ଆକାଉଣ୍ଟକୁ ଏକ୍ସ ଭେରିଫିକେସନ ମଧ୍ୟ କରିଥିଲା । ରିପୋର୍ଟ ଅନୁସାରେ ଏହିସବୁ ଆକାଉଣ୍ଟ ପ୍ରିମିୟମ ସର୍ଭିସ ନିମନ୍ତେ ମାସିକ ଅଥବା ବାର୍ଷିକ ପୈଠ କରୁଛନ୍ତି। ଏକ୍ସର ଏହି ଆକାଉଣ୍ଟ ସହିତ ଆର୍ଥିକ ନେଣଦେଣ ହେଉଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର

ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ...

ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍‌କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ…

ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍‌ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍‌ଲାଇନର  ମହାକାଶଯାନ...

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri