ଏଲ୍‌ଭିଶ୍‌ ଯାଦବଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୭ା୩: ନୋଏଡାର ଏକ ରେଭ୍‌ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ସମ୍ପୃକ୍ତ ଥିବା ୟୁଟ୍ୟୁବର ଏଲ୍‌ଭିଶ୍‌ ଯାଦବଙ୍କୁ ସ୍ଥାନୀୟ ପୋଲିସ ପଚରାଉଚରା ପରେ ରବିବାର ଗିରଫ କରିଛି। ଫରେନ୍‌ସିକ୍‌ ରିପୋର୍ଟ ନିଶ୍ଚିତ କରିଛି ଯେ, ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯାଇଥିବା ବିଷ ନମୁନା କୋବ୍ରାର ଅଟେ।

ପ୍ରକୃତରେ ନୋଏଡା ପୋଲିସ ରେଭ୍‌ ପାର୍ଟିରେ ସାପ ବିଷ ବ୍ୟବହାର ମାମଲାରେ ଏଫ୍‌ଆଇଆର ପଞ୍ଜୀକରଣ କରିଛି। ଏହି ମାମଲାରେ ଏଲ୍‌ଭିଶ୍‌ ଯାଦବ ମଧ୍ୟ ଜଣେ ଅଭିଯୁକ୍ତ। ଏହି ମାମଲାରେ ରାହୁଲ ନାମକ ଜଣେ ଅଭିଯୁକ୍ତଙ୍କ ସମେତ ପୋଲିସ ୫ଜଣଙ୍କୁ ଗିରଫ କରିଛି।

Share