Advertisement

ବୃଦ୍ଧାଙ୍କୁ ପିଠିରେ ବସାଇ ୫ କି.ମି. ଚାଲିଲେ ମହିଳା ପୋଲିସ

ଜନସାଧାରଣଙ୍କ ସେବା କରିବା ପୋଲିସର କାମ। ବେଳେବେଳେ ପୋଲିସର ଏମିତି ସେବା ନଜରକୁ ଆସିଥାଏ ଯାହାକୁ ସମସ୍ତେ ପ୍ରଶଂସା କରିଥାନ୍ତି। ଏବେ ସେମିତି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ପୋଲିସ ଜଣେ ବୃଦ୍ଧାଙ୍କୁ ପିଠିରେ ବୋହି ଘରକୁ ଆଣିଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ମହିଳା ପୋଲିସଙ୍କୁ ବହୁତ ପ୍ରଶଂସା କରାଯାଉଛି।

ଏହି ଫଟୋକୁ ଆଇଏଏସ ଅଧିକାରୀ ଅବନୀଶ ଶରଣ ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ଗୁଜରାଟର ମହିଳା କନଷ୍ଟେବଳ ବର୍ଷା ପରମାର ଜଣେ ବୃଦ୍ଧାଙ୍କୁ ପିଠିରେ ବସାଇ ନେଉଛନ୍ତି। ପ୍ରବଳ ଖରା ଗରମରେ ବୃଦ୍ଧା ଜଣକ ବେହୋସ ହୋଇପଡ଼ିଥିଲେ। ଏହା ଦେଖି ବର୍ଷା ତାଙ୍କୁ ପିଠିରେ ବସାଇ ତାଙ୍କ ଘରକୁ ନେଇଥିଲେ।

ଫଟୋଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ୟୁଜର କହିଛନ୍ତି, ହୃଦୟକୁ ଛୁଇଁଯିବ ଏହି ଦୃଶ୍ୟ। ଆଉ ଜଣେ ୟୁଜର ଲେଖିଛନ୍ତି, ପ୍ରେରଣାଦାୟୀ। ଫଟୋଟିକୁ ପ୍ରାୟ ୨୦ ହଜାର ୟୁଜର ଦେଖିସାରିଲେଣି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share