କରୋନା ବେଳେ ଓମ୍ବାଡସି ଅର୍ଥ ହେରଫେର: ପୁଣି ବନ୍ଧାହେଲେ ୨ ଅଭିଯୁକ୍ତ

ବାରିପଦା,୧୩।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକରେ କୋଭିଡ ପରିଚାଳନା ସମୟରେ ଓମ୍ବାଡସି ପାଣ୍ଠି ହଡପ ମାମଲାରେ ଫେରାର ଥିବା ଆଉ ୨ଜଣ ଅଭିଯୁକ୍ତଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କୋଷ୍ଠା ଅଞ୍ଚଳର ଦିବ୍ୟଲୋଚନ ଦାସ ଓ ଶୁଳିଆପଦା ବ୍ଲକ କାର୍ଯ୍ୟାଳୟର ତତ୍କାଳିନ ଡାଟା ଏଣ୍ଟ୍ରି ଅପରେଟର ମନୋଜ ଦେଓ। ଏହି ମାମଲାରେ ପୂର୍ବରୁ ତତ୍କାଳୀନ ଶୁଳିଆପଦା ବ୍ଲକ ବିଡ଼ିଓ ପରିକ୍ଷିତ ଜେନା ଓ ତତ୍କାଳୀନ ଶୁଳିଆପଦା ବ୍ଲକ କେସିୟରଙ୍କ ସମେତ ୪ ଜଣଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା ।