Posted inଜାତୀୟ

ଦୂତାବାସ ଚଳାଇପାରିଲାନି ଆଫଗାନିସ୍ତାନ

ନୂଆଦିଲ୍ଲୀ,୨ା୧୦ : ଦେଶର ସ୍ବାର୍ଥ ପାଇଁ କାର୍ଯ୍ୟ କରିବାରେ ବିଫଳତା ଏବଂ କର୍ମଚାରୀ ଓ ସମ୍ବଳ ଅଭାବ ଦର୍ଶାଇ ନୂଆଦିଲ୍ଲୀସ୍ଥିତ ଆଫଗାନିସ୍ତାନୀ ଦୂତାବାସ ରବିବାର ଏହାକୁ ବନ୍ଦ ଘୋଷଣା କରିଛି। ତତ୍ତ୍ୱାବଧାରକ କ୍ଷମତା ବଳରେ ଭାରତ ଉକ୍ତ ଦୂତାବାସକୁ ନିଜ ନିୟନ୍ତ୍ରଣକୁ ନେଇପାରିବ ବୋଲି ଏକ ବିବୃତିରେ କୁହାଯାଇଛି। ଆଫଗାନିସ୍ତାନରେ ନିର୍ବାଚିତ ସରକାରଙ୍କୁ ଗାଦିଚ୍ୟୁତ କରି ତାଲିବାନ୍‌ କ୍ଷମତାକୁ ଆସିବାର ୨ ବର୍ଷ ପରେ ଭାରତରେ ଏହାର ଦୂତାବାସ ବନ୍ଦ ଘୋଷଣା କରିଛି।

ତାଲିବାନ ସରକାରଙ୍କୁ ଭାରତ ସ୍ବୀକୃତି ଦେଇ ନ ଥିଲେ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ଅଶ୍ରଫ୍‌ ଘନିଙ୍କ ଦ୍ୱାରା ନିଯୁକ୍ତ ରାଷ୍ଟ୍ରଦୂତ ଓ ମିଶନ କର୍ମଚାରୀଙ୍କ ଦ୍ୱାରା ଦୂତାବାସ ଚଳାଇବା ପାଇଁ ଅନୁମତି ଦେଇଥିଲା। ଚଳିତ ବର୍ଷ ଆରମ୍ଭରେ ତାଲିବାନ୍‌ ମମୁଣ୍ଡଜେଙ୍କ ସ୍ଥାନରେ ମିଶନ୍‌ ମୁଖ୍ୟ ଭାବେ ଜଣେ ଚାର୍ଜ ଡି’ଆଫେୟାର୍ସଙ୍କୁ ନିଯୁକ୍ତି ଦେବା ପରେ ଦୂତାବାସରେ କ୍ଷମତା କନ୍ଦଳ ସୃଷ୍ଟି ହୋଇଥିଲା। ନେତୃତ୍ୱରେ ପରିବର୍ତ୍ତନ ହୋଇନାହିଁ ବୋଲି ପରେ ଦୂତାବାସ ପକ୍ଷରୁ ଏକ ବିବୃତିରେ କୁହାଯାଇଥିଲା।

ଆଫଗାନିସ୍ତାନ ଦୂତାବାସ ବନ୍ଦ ହେବା ପଛର ପ୍ରମୁଖ କାରଣ ହେଲା ଭାରତରୁ ସମର୍ଥନ ନ ପାଇବା, ଆଫଗାନସ୍ତାନର ସ୍ବାର୍ଥ ପାଇଁ କାମ କରିବାରେ ବିଫଳ ହେବା ଏବଂ କର୍ମଚାରୀ ଅଭାବ। ଭାରତ ସରକାରଙ୍କଠାରୁ ଜରୁରୀ ସମର୍ଥନ ନ ପାଇବାରୁ କର୍ତ୍ତବ୍ୟ ସମ୍ପାଦନରେ ବିଫଳ ହେଲୁ ବୋଲି ଦୂତାବାସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ତେବେ ଭାରତ ସରକାର ଏନେଇ କିଛି ପ୍ରତିକ୍ରିୟା ଦେଇନାହାନ୍ତି। ଦ୍ୱିତୀୟରେ ଆଫଗାନିସ୍ତାନ ଓ ଏହାର ନାଗରିକମାନଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବାରେ ମିଶନ ବିଫଳ ହୋଇଥିବା ସ୍ବୀକାର କରିଛି।

ଭାରତରୁ କୂଟନୈତିକ ସହାୟତା ନ ମିଳିବା ଏବଂ କାବୁଲରେ ବୈଧ ଭାବେ କାର୍ଯ୍ୟରତ ସରକାର ନ ଥିବାରୁ ଏହା ସମ୍ଭବ ହେଲା ନାହିଁ ବୋଲି କୁହାଯାଇଛି। ଅପ୍ରତ୍ୟାଶିତ ସ୍ଥିତି ଯୋଗୁ ଦୂତାବାସର କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବା ସହ ସମ୍ବଳର ଘୋର ଅଭାବ ଦେଖାଦେଇଥିଲା। ଫଳରେ ଏହାକୁ ଚଳାଇବା ଏକ ଚ୍ୟାଲେଞ୍ଜ ଥିଲା ବୋଲି ଦୂତାବାସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ବୋମା ଧମକ, ଆଜିବି କିଛି ବିମାନକୁ ମିଳିଲା ବୋମାରେ ଉଡାଇ ଦେବାକୁ ଧମକ, ଏୟାରଲାଇନ୍ସ କହିଲା…

ନୂଆଦିଲ୍ଲୀ,୧୯।୧୦: ବିମାନକୁ ବୋମାରେ ଉଡାଇ ଦେବାକୁ ମିଳୁଥିବା ଧମକ ଯେମିତି ବନ୍ଦ ହେଉନାହିଁ। ଶନିବାର ମଧ୍ୟ ଅନେକ ବିମାନକୁ ବୋମା ଧମକ ଦିଆଯାଇଥିଲା। ଯେଉଁ କାରଣରୁ...

ଦୁବଇରୁ ବୁଲେଟ ପ୍ରୁଫ କାର ମଗାଇଲେ ସଲମାନ, ଏହାର ଦାମ୍‌ ରହିଛି…

ମୁମ୍ବାଇ,୧୯।୧୦: ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ନିକଟରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର...

ବିମାନରେ ବୋମା ଅଛି… ଏମିତି ଏକ ମିଛ କଲ ପାଇଁ ଖର୍ଚ୍ଚ ହୋଇଥାଏ ୩ କୋଟି ଟଙ୍କା

ନୂଆଦିଲ୍ଲୀ,୧୯।୧୦: ଗତ କିଛି ଦିନ ହେବ ଦେଶରେ କେତେଜଣ ଅଜଣା ଅପରାଧୀ ବିମାନରେ ବୋମା ଲଗାଯାଇଥିବା ମିଥ୍ୟା କଲ କରି ବିମାନ କମ୍ପାନୀଗୁଡିକ ପାଇଁ ବ୍ୟାପକ...

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ଆଦିବାସୀଙ୍କୁ ପିଟି ମାରିଦେଲା ପୋଲିସ

ଅଗରତାଲା,୧୯ା୧୦:ତ୍ରିପୁରାରେ ହାଜତ ନିର୍ଯାତନାରେ ଜଣେ ୩୪ ବର୍ଷୀୟ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ୫ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ୨ ମାସ ମଧ୍ୟରେ...

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌

ଚେନ୍ନାଇ,୧୯ା୧୦:ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri