ଲିବ୍ୟାର ପ୍ରଳୟଙ୍କରୀ ବନ୍ୟାରେ ଫସିରହିଥିବା ୪ ଭାରତୀୟଙ୍କୁ ପଠାଗଲା ଭାରତ

ତିରପୋଲି,୧୫।୯: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି। ଏହି କାରଣରୁ ୫୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ଭାରତୀୟ ଦୂତାବାସ ସୁରକ୍ଷିତ ଭାବେ ଲିବ୍ୟାରେ ଫସି ରହିଥିବା ଚାରି ଜଣ ଭାରତୀୟଙ୍କୁ ଭାରତ ପଠାଇଛି। ଟ୍ୟୁନିଶିଆ ଏବଂ ଲିବିଆରେ ଥିବା ଭାରତୀୟ ଦୂତାବାସ ଟୁଇଟ୍‌ କରି କହିଛନ୍ତି ଯେ, ପଞ୍ଜାବ-ହରିୟାଣାର ବାସିନ୍ଦା ୪ ଭାରତୀୟଙ୍କୁ ଗୁରୁବାର ବେନିନା ବିମାନବନ୍ଦରରୁ ଭାରତ ପଠାଯାଇଛି।

Share