ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣରେ ଅର୍ଥ ହେରଫେର: ଅବସରପ୍ରାପ୍ତ ବିଡିଓ, ପିଇଓଙ୍କୁ ୪ବର୍ଷ ଜେଲ

ଜୟପୁର,୨୧ା୩(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣରେ ହୋଇଥିବା ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ଜୟପୁରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହାର ଗୁରୁବାର ଶୁଣାଣି ହୋଇଛି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅବସରପ୍ରାପ୍ତ ବିଡିଓ ରମେଶ ଚନ୍ଦ୍ର ସାହୁ (୬୫) ଓ ଅନକାଡେଲିରେ କାର୍ଯ୍ୟରତ ପିଇଓ ଗୌରହରି ରାଉତ (୫୮)ଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି । ବିଭିନ୍ନ ଦଫାରେ ଉଭୟଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହ ୧ ଲକ୍ଷ ୫୫ ହଜାର ଟଙ୍କା ଆର୍ଥତ୍କ ଜରିମାନା କରାଯାଇଛି। ଏହା ଅନାଦେୟ ହେଲେ ଅଧିକ ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

ମାମଲାର ବିବରଣୀରୁ ଜଣାପଡ଼ିଛି, ନାରାୟଣପାଟଣା ବ୍ଲକ୍‌ରେ ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ଓ ବର୍ତ୍ତମାନର ଅନକାଡେଲି ପିଇଓ ଗୌରହରି ରାଉତ ସେଠାରେ କାର୍ଯ୍ୟ କରୁଥିବା ବେଳେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣରେ ୬ ଲକ୍ଷ ଟଙ୍କା ହେରଫେର କରିଥିଲେ। ନାରାୟଣପଟଣା ବ୍ଲକର ବିଜାଘାଟି ପଞ୍ଚାୟତର ଟଭାପଦର ଗ୍ରାମରେ ଅଙ୍ଗନଓ୍ବାଡି ଗୃହ ନିର୍ମାଣ, ପୋଡ଼ାପଦର ଗ୍ରାମର ମାଙ୍କିଡ଼ିଠାରେ ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ଭିଜିଲାନ୍ସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତିକରି କୋର୍ଟ ଉପରୋକ୍ତ ଶୁଣାଣି କରିଛନ୍ତି। ସରକାରୀ ଓକିଲ ଶଶିଧର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା, ହଠାତ୍‌ କଟିବନି ରାଶନ କାର୍ଡ

ଭୁବନେଶ୍ୱର,୧୬।୩: ରାଶନ କାର୍ଡକୁ ନେଇ ଆସିଲା ବଡ଼ ଖବର। ବଡ଼ ଅପଡେଟ୍‌ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର । ସେ କହିଛନ୍ତି, ରାଜ୍ୟରେ କାହାର...

ଖୁବଶୀଘ୍ର ରାଜ୍ୟରେ ସକାଳୁଆ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୧୬।୩: ରାଜ୍ୟରେ କିଛଦିନ ହେଲା ପାରଦ ଉପରମୁହାଁ ରହିଛି। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ। ଏଭଳିସ୍ଥିତିରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ...

ଓଡ଼ିଶା ଆସୁଛନ୍ତି ଅମିତ ଶାହା, ଭାଜପା ଡାକିଲା ବଡ଼ ବୈଠକ

ଭୁବନେଶ୍ୱର,୧୬।୩: ଓଡ଼ିଶା ଆସୁଛନ୍ତି ଅମିତ ଶାହା। ଏନେଇ ବଡ଼ ବୈଠକ କରିଛି ଭାଜପା। ସ୍ବରାଷ୍ଟ୍ର ମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତକୁ ନେଇ...

ମା’ ବାଙ୍କେଶ୍ୱରୀଙ୍କ ଡିମ୍ବୁଳା ଯାତ୍ରା ଉଦ୍‌ଯାପିତ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର):ସମଗ୍ର ଦକ୍ଷିଣ ଓଡିଶାର ଆରାଧ୍ୟ ଦେବୀ ମା’ ସିଦ୍ଧ ବାଙ୍କେଶ୍ବରୀଙ୍କ ଡିମ୍ବୁଳା ଯାତ୍ରା ରବିବାର ଉଦ୍‌ଯାପିତ ହୋଇଯାଇଛି। ଗଞ୍ଜାମ ଜିଲାର ପ୍ରମୁଖ ଶକ୍ତିପୀଠ...

ଆନ୍ତଃରାଜ୍ୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ହାଇସ୍କୁଲ ଖେଳ ପଡିଆ ପରିସରରେ ଥିବା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତଃରାଜ୍ୟ ଖେମୁଣ୍ଡି ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି।...

କୋସଲବାଦି ସଙ୍ଗଠନ ପକ୍ଷରୁ ଖବରଦାତା ସମ୍ମିଳନୀ : ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ

ବଲାଙ୍ଗୀର,୧୬।୩: କୋସଲ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସୋମବାର ସ୍ଥାନୀୟ ଯାଦବ ଭବନ ଠାରେ ଖବରଦାତା ସମ୍ମିଳନୀ କରି ସ୍ବତନ୍ତ୍ର କୋସଲ...

ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର: କୃଷ୍ଣ ପାତ୍ର

ଭୁବନେଶ୍ୱର,୧୬।୩: ପୋଷଣ କେନ୍ଦ୍ରନେଇ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର। ‘ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ...

ରାଜଧାନୀରେ ଡବଲ ମର୍ଡର: ସ୍ପଟରେ ସାଇଣ୍ଟିଫିକ ଟିମ୍‌ର ଛାନ୍‌ଭିନ୍‌

ଭୁବନେଶ୍ୱର,୧୫।୩: ରାଜଧାନୀ ଭୁବନେଶ୍ୱରରେ ହୋଲିରେ ଗଡ଼ିଛି ୨ ମୁଣ୍ଡ। ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image