Advertisement

ସରକାରୀ ଅର୍ଥ ଆତ୍ମସାତ: ସରପଞ୍ଚଙ୍କ ନାମରେ ମାମଲା

କେସିଙ୍ଗା,୨୪।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଫଟକମାଲ ପଞ୍ଚାୟତ ଅଧୀନ ବୋରିଙ୍ଗ ପଦର ଗ୍ରାମର ମା’ ବୃନ୍ଦାବତୀ ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ତଥା
କାର୍ଯ୍ୟକାରୀ ସରପଞ୍ଚ ତେଜସ୍ବିନୀ ମାଝୀଙ୍କ ନାମରେ ୬ଲକ୍ଷ ୮୮ ହଜାର ୨୦୦ ଟଙ୍କା ଠକେଇ ଅଭିଯୋଗ  ହୋଇଛି। ପୋଲିସ ଦୁଇଦିନ ଧରି ଅଟକ ରଖି ପଚରାଉଚରା କଲାପରେ  ଶନିବାର   କେସ ରୁଜୁ କରିଛି।  କେଶ ନ. ୪୧/୨୫ରେ   ସରପଞ୍ଚଙ୍କୁ  ସୋମବାର  ଛାଡି ଦିଆଯାଇଛି।
ସରପଞ୍ଚ ତେଜସ୍ବିନୀ ମାଝୀଙ୍କ ନାମରେ  ମା’ ବୃନ୍ଦାବତୀ ସ୍ବୟଂ ସହାୟକ  ଗୋଷ୍ଠୀ ବୋରିଂପଦରର ସଦସ୍ୟାବୃନ୍ଦ ଅଭିଯୋଗ କରିଥିଲେ । ଗୋଷ୍ଠୀର ସମ୍ପାଦିକା  ଥିବା ସମୟରେ ତେଜସ୍ବିନୀ ମାଝୀ ଜାଲ ରେଜୁଲେଶନ ଓ ଜାଲ ଦସ୍ତଖତ କରି   ପାଷ୍ଟିକୁଡିଗ୍ରାମ ସ୍ଥିତ  ଉତ୍କଳ ଗ୍ରାମ୍ୟ  ବ୍ୟାଙ୍କ ରୁ ୬ ଲକ୍ଷ ୮୮ ହଜାର ୨୦୦ ଟଙ୍କା ଆତ୍ମସାତ କରି ଥିବା ନେଇ ଗୋଷ୍ଠୀର ମହିଳା ମାନେ ସଦର ଥାନାରେ ଲିଖିତ ଅଭିଯୋଗ କରି ଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ପୋଲିସ  ସରପଞ୍ଚଙ୍କ ନାମରେ ଥାନାରେ ମାମଲାରୁଜୁ କରିଥିଲେ।
ଏନେଇ  ଜାନୁଆରୀ ୧୦ ତାରିଖ ସଦସ୍ୟାମାନେ ଥାନାର ଦ୍ୱାରସ୍ତ ହେଇଥିଲେ ପରେ ୨୧ ମାର୍ଚ୍ଚ ସଦସ୍ୟା ମାନେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହେଲା ପରେ  ୨୨ ମାର୍ଚ୍ଚ ଦିନ ସମ୍ପାଦିକା ତେଜସୱିନୀ ମାଝୀ ଏବଂ ସଭାପତି ରେବତୀ ମାଝୀ ନାମରେ ମାମଲା ରୁଜୁ କରିଥିଲେ। କାର୍ଯ୍ୟକାରୀ  ସରପଞ୍ଚ ହୋଇ ଏମିତି ଠକେଇ କରିଥିବାରୁ ଉକ୍ତ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହେବା ଆଶଙ୍କା କରାଯାଉଛି ବୋଲି  ଜନସାଧାରଣରେ ଚର୍ଚ୍ଚା ହେଉଛି। ଏହିପରି କାର୍ଯ୍ୟକାରୀ ସରପଞ୍ଚଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ  ସାଧାରଣରେ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel