Categories: ଜାତୀୟ

ଜରୁରୀକାଳୀନ ପରିସ୍ଥିତି ଲୋକଙ୍କ ମୌଳିକ ଅଧିକାରକୁ ଛଡ଼ାଇ ନେଇଥିଲା…

ନୂଆଦିଲ୍ଲୀ, ୨୬।୬ : ଦେଶରେ ୪୭ ବର୍ଷ ତଳେ ୧୯୭୫ରେ ଜୁନ୍‌ ମାସରେ ଜାରି ହୋଇଥିବା ଜରୁରୀ କାଳୀନ ପରିସ୍ଥିତି ଦେଶର ସାଧାରଣ ଲୋକଙ୍କ ମୌଳିକ ଅଧିକାର ଛଡ଼ାଇ ନେଇଥିଲା। ଏହା ଭାରତର ରାଜନୀତିରେ ଏକ କଳା ଇତିହାସ ସୃଷ୍ଟି କରିଥିତ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ତମ ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି।

ଭାରତୀୟ ଗଣତନ୍ତ୍ର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥିବା ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେହି ସମୟ ମଧ୍ୟରେ ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଏକ ଅଧିକାର ପାଇଥିଲେ, ସେଠାରେ ଲାଇଫ ଟୁ ଲାଇଫ ଆଣ୍ଡ ପର୍ସନାଲ ଲିବର୍ଟି ମଧ୍ୟ ଥିଲା।

ଗଣତାନ୍ତ୍ରିକ ଉପାୟରେ ଭାରତର ଲୋକମାନେ ଜରୁରୀକାଳୀନ ପରିସ୍ଥିତି ହଟାଇ ପୁଣି ଗଣତନ୍ତ୍ର ପ୍ରତିଷ୍ଠା କରିଛନ୍ତି। ସମଗ୍ର ବିଶ୍ୱରେ ଏକଛତ୍ରବାଦୀ ମାନସିକତା, ଏକଛତ୍ରବାଦୀ ପ୍ରବୃତ୍ତିକୁ ପରାସ୍ତ କରିବାର ଏପରି ଉଦାହରଣ ଖୋଜିବା କଷ୍ଟକର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଭାରତ ଅନେକ କ୍ଷେତ୍ରରେ ସଫଳତାର ଆକାଶକୁ ଛୁଇଁଛି। ଆକାଶ ଅବା ମହାକାଶ ଆଉ ଭାରତଠାରୁ ଅପହଞ୍ଚ ହୋଇ ରହିନାହିଁ। ଗତ କିଛି ବର୍ଷ ମଧ୍ୟରେ ଦଶରେ ସ୍ପେସ ସେକ୍ଟର ସହିତ ଜଡିତ ଅନେକ ବଡ କାମ କରାଯାଇଛି। ଦେଶର ଏହି ସଫଳତା ମଧ୍ୟରୁ ଗୋଟିଏ ହେଉଛି ଇନ-ସ୍ପେସ ନାମକ ଏକ ଏଜେନ୍ସି ସୃଷ୍ଟି।

ସେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଯେତେବେଳେ ମୁଁ ଇନ-ସ୍ପେସ ର ହେଡକ୍ୱାର୍ଟର ଲୋକାର୍ପଣ କରିବାକୁ ଯାଇଥିଲି, ସେତେବେଳେ ମୁଁ ଅନେକ ଯୁବ ଷ୍ଟାର୍ଟ-ଅପର କଳ୍ପନା ଏବଂ ଉତ୍ସାହ ଦେଖିଥିଲି। କିଛି ବର୍ଷ ପୂର୍ବେ, ଆମ ଦେଶରେ, ସ୍ପେସ ସେକ୍ଟରରେ, ଷ୍ଟାର୍ଟ ଅପ ବିଷୟରେ କେହି ଚିନ୍ତା ମଧ୍ୟ କରି ନଥିଲେ। ଆଜି ସେମାନଙ୍କର ସଂଖ୍ୟା ୧୦୦ରୁ ଅଧିକ ଛୁଇଁଛି। ଏହା ଭାରତର ସଫଳତାକୁ ସୂଚାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share