ଆସୁଛି ଏମରଜେନ୍ସି ଆଲର୍ଟ, ଜୋରରେ ଭାଇବ୍ରେଟ୍‌ ହେଉଛି ମୋବାଇଲ, ଜାଣନ୍ତୁ ଏମିତି କାହିଁକି ହେଉଛି

ଭୁବନେଶ୍ୱରଳ୨୫।୧୦: ଅଚାନକ ବାଜିଉଠୁଛି ମୋବାଇଲ । ପପ୍‌ଅପ୍‌ ମେସେଜ ଭାବରେ ମୋବାଇଲ ସ୍କ୍ରିନରେ ଆସୁଛି ହାଇଆଲର୍ଟ ମେସେଜ । ଘୁଁ ଘୁଁ କମ୍ପନ ସହ ଆଲର୍ଟ ମେସେଜରେ ଥରି ଯାଉଛି । ହଠାତ ଏପରି ଆଲର୍ଟ ମେସେଜ ଦେଖି ଲୋକେ ଭୟଭୀତ ହେଇଯାଉଛନ୍ତି ।

ବିପର୍ଯ୍ୟୟ ବେଳେ ଗୋଟିଏ କ୍ଲିକରେ ସବୁ ନାଗରିକଙ୍କ ପାଖରେ ସତର୍କ ସୂଚନା ପହଞ୍ଚାଇବା ପାଇଁ ସରକାର ଏପରି ଟ୍ରାଏଲ ଭିତ୍ତିରେ ମେସେଜ ପଠାଉଛନ୍ତି। ବିପର୍ଯ୍ୟୟ ବେଳେ ଦେଶର ନାଗରିକ ମାନଙ୍କୁ ଆଲର୍ଟ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି। ଭାରତ ସରକାରଙ୍କ ଟେଲିକମ ବିଭାଗର ସେଲ ବ୍ରଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ଏପରି ମେସେଜ ପଠାଯାଉଛି।

Share