Categories: ଜାତୀୟ

‘ଡାର୍କ ପେଜ ଅଫ ଡେମୋକ୍ରେସିି’,ଏମରଜେନ୍ସିକୁ ନେଇ ମୋଦିଙ୍କ ଟୁଇଟ

ନୂଆଦିଲଲ୍ଲୀ,୨୫।୬: ଇତିହାସରେ ଲିପିବଦ୍ଧ ୨୫ ଜୁନ ୧୯୭୫ର ସେହି ଦିନ, ଯେତେବେଳେ ଦେଶରେ ଏମରଜେନ୍ସି ଲାଗୁ କରାଯାଇଥିଲା। ରବିବାର ଅର୍ଥାତ୍‌ ୨୫ ଜୁନକୁ ଏମରଜେନ୍ସିକୁ ୪୮ ବର୍ଷ ବିତିଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମରଜେନ୍ସିର ବର୍ଷ ପୂର୍ତ୍ତି ଅବସରରେ ଟୁଇଟ କରି ସମସ୍ତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଯେଉଁମାନେ ଏମରଜେନ୍ସି ସମୟରେ ଦୃଢ ଭାବେ ଠିଆ ହୋଇଥିଲେ। ମୋଦି ଏବେ ଇଜିପ୍ଟର ମିଶ୍ର ଗସ୍ତରେ ଥିବା ବେଳେ ରବିବାର ହେଉଛି ଏହି ଗସ୍ତର ଶେଷ ଦିନ। ରବିବାର ରାତି ୧୨ରେ ମିଶ୍ରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
ଏମରଜେନ୍ସି ବା ଜରୁରିକାଳୀନ ସ୍ଥିତିର ବାର୍ଷି ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ ମୁଁ ସେହି ସମସ୍ତ ସାହସୀ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଯେଉଁମାନେ ଏମରଜେନ୍ସି ବା ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିଲେ ଏବଂ ଆମର ଗଣତାନ୍ତ୍ରିକ ଆତ୍ମାକୁ ଦୃଢ କରିବା ପାଇଁ କାର୍ଯ୍ୟ କରିଥିଲେ। #DarkDaysOfEmergency ହେଉଛି ଆମ ଇତିହାସର ଏକ ଅବିସ୍ମରଣୀୟ ଅବଧି, ଯାହା ଆମ ସମ୍ବିଧାନ ଦ୍ୱାରା ସୃଷ୍ଟି ମୂଲ୍ୟବୋଧର ସମ୍ପୂର୍ଣ୍ଣ ବିପରୀତ।

Share