Categories: ଜାତୀୟ

ଭୋପାଳରେ ଏମରଜେନ୍ସି ଲ୍ୟାଣ୍ଡିଙ୍ଗ କଲା ସୋନିଆ-ରାହୁଲଙ୍କ ବିମାନ

ଭୋପାଳ, ୧୮। ୭: ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବିରୋଧୀ ଏକତା ବୈଠକରେ ଯୋଗଦେଇ ଫେରୁଥିବା ବେଳେ ଭୋପାଳ ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଙ୍ଗ କରିଛି ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିମାନ। ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି।

ଭୋପାଳରେ ପାଣିପାଗ ଅନୂକୁଳ ନ ଥିବାରୁ ଦୁହେଁ ବିମାନବନ୍ଦରର ଭିଆଇପି ଲଜରେ ଅପେକ୍ଷା କରିଛନ୍ତି। ୯.୩୦ରେ ସାଧାରଣ ଇଣ୍ଡିଗୋ ଫ୍ଲାଇଟରେ ଦିଲ୍ଲୀ ଫେରିବେ ବୋଲି ଜଣାପଡିଛି।

Share