Categories: ଜାତୀୟ

କୋଲକାତାରେ ବିମାନର ଜରୁରୀ ଅବତରଣ

କୋଲକାତା,୨୦ା୯: ଓ୍ବିଣ୍ଡଶିଲ୍ଡରେ ଫାଟ ଦେଖାଯିବାରୁ ବୁଧବାର ମୁମ୍ବାଇ ଯାଉଥିବା ସ୍ପାଇସ୍‌ଜେଟ୍‌ର ଏକ ବିମାନକୁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ସ୍ପାଇସ୍‌ଜେଟ୍‌ ବି୭୩୭ ବିମାନରେ ୧୭୬ ଯାତ୍ରୀ ଏବଂ ୬ ଜଣ କ୍ୟାବିନ୍‌ କ୍ରିଉ ରହିଥିଲେ। ସକାଳ ୬ଟା ୧୫ରେ ଉକ୍ତ ବିମାନ କୋଲକାତା ଏୟାରପୋର୍ଟ ଛାଡ଼ିଥିଲା। ଫାଟ ଦେଖାଯିବା ପରେ ଏହାକୁ କୋଲକାତା ଫେରାଇ ଅଣାଯାଇ ସୁରକ୍ଷିତ ଅବତରଣ କରାଯାଇଛି। ଏହା ଜରୁରୀ ନୁହେଁ, ସ୍ବାଭାବିକ ଅବତରଣ ଥିଲା ବୋଲି ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି।

Share