Categories: ଜାତୀୟ

ୟୁଏଇ ହେଲିକପ୍ଟରର ଜରୁରୀ ଅବତରଣ

କୋଚି, ୧୨।୪: ୟୁଏଇର ଲୁଲୁ ଗ୍ରୁପ୍‌ ଅଧ୍ୟକ୍ଷ ଶିଳ୍ପପତି ଏମ୍‌.ଏ. ୟୁସୁଫ୍‌ ଅଲି, ତାଙ୍କ ସ୍ତ୍ରୀ ଓ ଅନ୍ୟ ୫ ଜଣଙ୍କୁ ଆଣି ଆସିଥିବା ଏକ ହେଲିକପ୍ଟର ରବିବାର ସକାଳେ କୋଚି ନିକଟସ୍ଥ ଜାତୀୟ ରାଜପଥ ୬୬ ପାର୍ଶ୍ୱରେ ଥିବା ଏକ କର୍ଦ୍ଦମାକ୍ତ ସ୍ଥାନରେ ଜରୁରୀ ଅବତରଣ କରିଛି। ହେଲିକପ୍ଟରରେ ଥିବା ସମସ୍ତ ଯାତ୍ରୀ ଓ ପାଇଲଟ ସାମାନ୍ୟ ଆହତ ହୋଇଥିବାରୁ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲୁଲୁ ଗ୍ରୁପ୍‌ର ଏହି ହେଲିକପ୍ଟରରେ ବୈଷୟିକ ତ୍ରୁଟି ଦେଖାଦେବାରୁ ସକାଳ ୮ଟା ୩୦ରେ ପାଇଲଟ ଏହାକୁ ପାଣି କାଦୁଅ ସ୍ଥାନରେ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ।

Share